Home > ଅପରାଧ
ଲକ୍ ଡାଉନ୍ ନିୟମକୁ ବେଖାତିରି, ଉଲଘଂନ ଅଭିଯୋଗରେ ୨୨ଜଣ ଦୋକାନୀଙ୍କୁ ଗରଫ କଲା ପୋଲିସ
Khabar Odisha:22-shopkeepers-arrested-for-negligence-of-Lock-Down
ଭୁବନେଶ୍ୱର, ମାର୍ଚ୍ଚ ୨୯ (ଖବର ଓଡ଼ିଶା):

କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ସମଗ୍ର ଦେଶରେ ୨୧ ଦିନଆ ଲକ୍‌ଡାଉନ୍ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଏଣୁ ସମଗ୍ର ଦେଶ ଓ ରାଜ୍ୟ ସବୁଠି ଶୂନ୍‌ଶାନ୍‌। ରାଜ୍ୟରେ ବଢି ଚାଲିଛି ଲକ୍ ଡାଉନ୍ ନିୟମ ଉଲ୍ଲଂଘନକାରୀଙ୍କ ସଂଖ୍ୟା ।
ରାଜ୍ୟରେ ଲକ୍ ଡାଉନ୍ ନିୟମ କଡ଼ା କଟକଣାକୁ ବେଖାତିରି କରୁଛନ୍ତି କିଛି ଅମାନିଆ ଲୋକ । ବଢି ଚାଲିଛି ଲକ୍ ଡାଉନ୍ ନିୟମ ଉଲ୍ଲଂଘନକାରୀଙ୍କ ସଂଖ୍ୟା । ତେବେ ଲକ୍ ଡାଉନ୍ ସତ୍ୱେ ଦୋକାନ ଖୋଲି ଭିଡ଼ ଜମାଉଥିବା ଅଭିଯୋଗରେ ଭଦ୍ରକରେ ୧୬ ଓ ମାଲକାନଗିରିରେ ୬ ଜଣ ଦୋକାନୀଙ୍କୁ ଗିରଫ କରିଛି ପୋଲିସ୍ । ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ମୋଟ ୨୨ ଦୋକାନୀଙ୍କୁ ଗିରଫ କରିଛି ପୋଲିସ ।
କରୋନା ମୁକାବିଲା ଛାଡ଼ି ଜରୁରୀ ସାମଗ୍ରୀ ଦୋକାନ ଛାଡ଼ିବା ପରେ ଅନ୍ୟ ସବୁ ଦୋକାନ ବନ୍ଦ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରଛନ୍ତି ।
 

  • Tags: