Home > ଅପରାଧ
କଡ଼ାସୁରକ୍ଷା ଓ ହାଇଆଲର୍ଟ ମଧ୍ୟରେ ୪ ଜଣଙ୍କୁ ନଂଶୃସ ଭାବେ ହତ୍ୟା, ଅଭିଯୁକ୍ତ ଫେରାର
Khabar Odisha:Crime-Ballabgarh-murder-mystery-murderer-killed-four-member-of-a-family-and-escaped-easily-during-high-alert-of-police

ଫରିଦାବାଦ, ନଭେମ୍ବର ୧୦ (ଖବର ଓଡ଼ିଶା): ହରିୟାଣାର ଫରିଦାବାଦ ଜିଲ୍ଳାର ବଲ୍ଲଭଗଡ଼ ସେକ୍ଟର-୭ଏରେ ୪ ଜଣଙ୍କୁ ହତ୍ୟା କରାଯାଇଛି । ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ଗୋଟିଏ ପରିବାରର ଲୋକ । ଅଯୋଧ୍ୟା ମାମଲା ପାଇଁ ଜିଲ୍ଲା ପୋଲିସ ଶୁକ୍ରବାର ରାତିଠାରୁ ହାଇଆଲର୍ଟ ଥିବା ପରେ ବି ଏହି ହତ୍ୟାକାଣ୍ଡ ଘଟଣା ଘଟିଛି । 

ଘର ନମ୍ବର-୧୯ ନିବାସୀ ଡ. ପ୍ରବୀଣ ମେହେନ୍ଦି ଘରର ବେସମେଟରେ ସାବିତ୍ରୀ ଡିଜିଟାଲ ଏକ୍ସରେ କ୍ଳିନିକ ଖୋଲଥିଲେ । ଏହି ଘରେ ସେ ପରିବାର ଲୋକଙ୍କର ସହିତ ରହୁଥିଲେ । ପରିବାରରେ ପତ୍ନୀ ଭାରତୀଙ୍କ ବ୍ୟତୀତ ପୁଅ ଦର୍ପଣ ଓ ଝିଅ ପ୍ରିୟଙ୍କା ଥିଲେ । ପ୍ରିୟଙ୍କାଙ୍କ ବିବାହ ସୌରଭ କଟାରିଆଙ୍କ ସହିତ ହୋଇଛି । ଶୁକ୍ରବାର ରାତି ଝିଅ ଓ ଜ୍ୱାଇଁ ପିତାଙ୍କ ଘରକୁ ଆସିଥିଲେ । ପୁଅ ଦର୍ପଣ ଗୁରୁଗ୍ରାମସ୍ଥିତ ଏକ ମଲ୍ଟିନ୍ୟାଶନାଲ କଂପାନୀରେ ଇଂଜିନିୟର ଅଛନ୍ତି, ଯେ କି ଶୁକ୍ରବାର ରାତି ଡ୍ୟୁଟିରେ ଥିଲେ । 

ଘରେ ପ୍ରବୀଣ, ଭାରତୀ, ପ୍ରିୟଙ୍କା ଓ ସୌରଭ ଥିଲେ । ରାତିରେ ଦୁର୍ବୃତ୍ତ ଘର ଭିତରକୁ ପଶି ଛୁରୀରେ ୪ ଜଣଙ୍କୁ ହତ୍ୟା କରି ଫେରାର ହୋଇଯାଇଛି । ସକାଳୁ ମଧ୍ୟ ଘଟଣା ସଂପର୍କରେ କିଛି ଜଣାପଡ଼ି ନ ଥିଲା । ଅପରାହ୍ନ ୩ଟାରେ ଯେତେବେଳେ ଘର କବାଟ ବନ୍ଦ ଥିଲା, ପଡୋଶୀ ଲୋକଙ୍କର ସଂଦେହ ଜାତ ହୋଇଥିଲା । ସେମାନେ ପୁଅକୁ ସୂଚନା ଦେଇଥିଲେ । 

ସୂଚନା ମିଳିବା ପରେ ସେକ୍ଟର-୭ ପୋଲିସ ଫାଣ୍ଡି ପ୍ରଭାରୀ ଜିତ ସିଂହ ଘରକୁ ପହଂଚି ଗୋଟିଏ ସ୍ଥାନରେ ୪ଟି ମୃତଦେହ ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ସୂଚନା ପାଇ ଫିଙ୍ଗର ଏକ୍ସପର୍ଟ ଟିମ, ପରେନସିକ ଲ୍ୟାବ, କ୍ରାଇମ ବ୍ରାଞ୍ଚର ଟିମ ଓ ଡଗ ସ୍କ୍ୱାର୍ଡ ପହଂଚିଥିଲା ।

 

  • Tags: