Home > ଅପରାଧ
ବିହାର: ମହିଳାଙ୍କୁ ଘର ଭିତରେ ଗଣଦୁଷ୍କର୍ମ ଅଭିଯୋଗ, ୨ ଗିରଫ, ଜଣେ ଫେରାର
Khabar Odisha:Crime-rape-A-woman-was-allegedly-gang-raped-by-three-men-at-her-house-in-Gaya-on-7th-October

ପାଟଣା, ଅକ୍ଟୋବର ୧୦ (ଖବର ଓଡ଼ିଶା): ବିହାରରେ ଜଣେ ମହିଳାଙ୍କୁ ତିନି ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗୟା ଅଞ୍ଚଳର ମହିଳା ଜଣକ ନିଜ ଘରେ ଏକାକୀ ଥିବାର ସୁଯୋଗ ନେଇ ଅଭିଯୁକ୍ତମାନେ ଘର ଭିତରକୁ ପ୍ରବେଶ କରିଥିଲେ । ଏହା ପରେ ସେମାନେ ମହିଳାଙ୍କୁ ବଳପୂର୍ବକ ଅମାନୁସିକ କାମ କରିଥିଲେ । ଏହି ଘଟଣା ଚଳିତ ମାସ ୭ ତାରିଖ ଘଟିଛି ବୋଲି ପୋଲିସ କହିଛି । ମହିଳା ଜଣକ ଯେତେ ଅନୁରୋଧ କରିଥିଲେ ମଧ୍ୟ ଅଭିଯୁକ୍ତମାନେ ଦୟା ଦେଖାଇ ନ ଥିଲେ । 

ବରିଷ୍ଠ ପୋଲିସ ଅଧିକାରୀ ରାଜୀବ ମିଶ୍ରା କହିଛନ୍ତି, ଗଣଦୁଷ୍କର୍ମ ଘଟଣା ସହିତ ଜଡ଼ିତ ୨ ଅଭିଯୁକ୍ତଙ୍କୁ ଏଯାଏଁ ଗିରଫ କରାଯାଇଛି । ତୃତୀୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି । ପୋଲିସ ଘଟଣାର ତଦନ୍ତ କରିବା ସହିତ ମହିଳାଙ୍କର ମେଡିକାଲ ପରୀକ୍ଷା କରିଛି ।  

  • Tags: