Home > ଅପରାଧ
ପ୍ରଥମେ କ୍ୟାବ ଲୁଟିଲେ ଲୁଟେରା, ବୁକିଂ କରିଥିବା ବ୍ୟବସାୟୀଙ୍କୁ ଅପହରଣ କରି ପୁଣି ଲୁଟିଲେ
Khabar Odisha:Crime-Cab-looted-then-kidnapped-the-rider-becoming-driver-in-New-Delhi

ନୂଆଦିଲ୍ଲୀ, ନଭେମ୍ବର ୧୪ (ଖବର ଓଡ଼ିଶା): ଚାରି ଜଣିଆ ଲୁଟେରା ଗ୍ୟାଙ୍ଗ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଆନନ୍ଦବିହାର ନିକଟରେ ଏକ କ୍ୟାବ ଲୁଟିଛନ୍ତି । କ୍ୟାବ ଚାଳକଙ୍କୁ ଅପହରଣ କରିବା ପରେ ଟଙ୍କା ଓ ମୋବାଇଲ ଫୋନ ଲୁଟଛନ୍ତି । ଏହା ପରେ ଲୁଟେରାମାନେ ଡ୍ରାଇଭର ହୋଇଛନ୍ତି । କ୍ୟାବର ପ୍ରକୃତ ଚାଳକଙ୍କ ଫୋନରେ ଯେଉଁ ବୁକିଂ ଆସୁଥିଲା, ସେହି ଲୋକମାନଙ୍କୁ ବସାଇ ପୁଣି ଲୁଟିବା ଆରମ୍ଭ କରିଛନ୍ତି । 

କ୍ୟାବ ଲୁଟ କରି ଲୁଟେରାମାନେ ଦିଲ୍ଲୀ ରେଳଷ୍ଟେସନକୁ ପହଂଚିଥିଲେ । ସେଠାରେ ଏକ ବୁକିଂ ମିଳିଥିଲା । ଚାରି ଜଣ ଲୁଟେରାଙ୍କ ମଧ୍ୟରୁ ଜଣେ କ୍ୟାବର ଚାଳକ ହୋଇ ବସିଲେ । ଅନ୍ୟ ତିନି ଜଣ ଯାତ୍ରୀଙ୍କ ଭଳି କାରରେ ରହିଥିଲେ । ନୂଆଦିଲ୍ଲୀ ରେଳଷ୍ଟେସନରୁ ଅଧ ରାତିରେ ବୁକିଂ କରିଥିବା ପୁନେର ବ୍ୟବସାୟୀ ଆଗ୍ରାରୁ ଆସୁଥିଲେ । ସେ ନିଜର ପୁଅ ସହ ପୁନେ ଯିବା ପାଇଁ ଦିଲ୍ଲୀ ବିମାନବନ୍ଦରରୁ ବିମାନ ଧରିବାର ଥିଲା । ଲୁଟେରା ଗ୍ୟାଙ୍ଗ ସେମାନଙ୍କୁ ଅପହରଣ କରି ଲୁଟ କରିଥିଲେ । ସେ ୨୪ ଘଣ୍ଟା ଯାଏଁ ଲୁଟେରାଙ୍କ ହାତରେ ରହିଥିଲେ । ଲୁଟେରାମାନେ କାରକୁ ଦିଲ୍ଲୀ-ଏନସିଆର ସଡ଼କରେ ବୁଲାଉଥିଲେ । 

ପୋଲିସ ସୂଚନା ଅନୁସାରେ ନଭେମ୍ବର ୧ ରାତି ଏହି ଘଟଣା ଘଟିଥିଲା । ରାତି ପାଖାପାଖି ୧୦ଟାରେ ଆନନ୍ଦବିହାର ବସଷ୍ଟାଣ୍ଡ ନିକଟରେ ଲୁଟ ଘଟଣା ଆରମ୍ଭ ହୋଇଥିଲା । ଲୁଟେରା ଗ୍ୟାଙ୍ଗ କ୍ୟାବ ଚାଳକଙ୍କୁ ପ୍ରଥମେ ଶିକାର କରିବା ପରେ ଅନ୍ୟମାନଙ୍କୁ ଟାର୍ଗେଟ କରିଥିଲେ । ଲୁଟେରାମାନେ ଅନ୍ୟ ଏକ କାରରେ ଥାଇ କ୍ୟାବ ପଛରେ ଯାଉଥିଲେ । ପୁନେର ବ୍ୟବସାୟୀକୁ ସେମାନେ ବନ୍ଧୁକ ଦେଖାଇ ଲୁଟ କରିଥିଲେ । 

 

  • Tags: