Home > ଅପରାଧ
ଚାକିରି ଲୋଭ ଦେଖାଇ ଇଏସଆଇ ହସ୍ପିଟାଲ ନେଲେ ୨ ବ୍ୟକ୍ତି, ନାବାଳିକାକୁ ଗଣଦୁଷ୍କର୍ମ
Khabar Odisha:Crime-Gangrape-with-West-Bengal-minor-near-ESI-hospital-New-Delhi

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଖବର ଓଡ଼ିଶା): ପଶ୍ଚିମବଙ୍ଗରରୁ ଦିଲ୍ଲୀ ଚାକିରି ପାଇଁ ଆସିଥିବା ଜଣେ ୧୬ ବର୍ଷୀୟ ନାବାଳିକାକୁ ପଶ୍ଚିମ ଦିଲ୍ଲୀରେ ୨ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଛନ୍ତି । ଦାରାପୁରସ୍ଥିତ ଇଏସଆଇ ହସ୍ପିଟାଲ ପରିସରରେ ଏହି କାଣ୍ଡ ଘଟିଛି । ପୀଡ଼ିତାକୁ ୧୨ ଘଣ୍ଟାରୁ ଅଧିକ ସମୟ ଯାଏଁ ଏକ ଖାଲି ଥିବା ଫ୍ଲାଟରେ ବନ୍ଧକ ରଖାଯାଇଥିଲା । ଏହାରି ଭିତରେ ନାବାଳିକାକୁ ଅନେକ ଥର ଯାଏଁ ଦୁଷ୍କର୍ମ କରାଯାଇଥିଲା । ପୋଲିସ ଘଟଣା ସଂପର୍କରେ ମଙ୍ଗଳବାର ଭୋର ୩ଟାରୁ  ଜାଣିପାରିଥିଲା । ଏହି ଘଟଣା ସହିତ ସଂପୃକ୍ତ ୨ ଅଭିଯୁକ୍ତକୁ ମୋତି ନଗର ଥାନା ପୋଲିସ ଅତର୍କିତ ଭାବେ ଚଢ଼ାଉ କରି ଗିରଫ କରିଛି । 

ରିପୋର୍ଟ ଅନୁସାରେ ୧୬ ବର୍ଷୀୟ ପୀଡିତା ସୋମବାର ଅପରାହ୍ଣରେ ଇଏସଆଇ ହସ୍ପିଟାଲ ସମ୍ମୁଖରେ ଶିବାଜୀ ପାର୍କରେ ଏକାକୀ ବସିଥିଲେ । ଅପରାହ୍ଣ ପାଖାପାଖି ୧୨ଟରେ ୨ ଜଣ ବ୍ୟକ୍ତି ପାର୍କକୁ ଆସିଥିଲେ । ଉଭୟ ବ୍ୟକ୍ତି ନାବାଳିକା ଏକାକୀ ବସିଥିବା ଦେଖିଥିଲେ । କିଛି ସମୟ ଯାଏଁ ଝିଅ ଉପରେ ନଜର ରଖିବା ପରେ ପାଖକୁ ଆସିଥିଲେ । ନାବାଳିକା ପଶ୍ଚିମବଙ୍ଗରୁ ଏକାକୀ ଆସିଥିଲେ । ତେଣୁ ତାଙ୍କ ସାଥୀରେ ଆଉ କେହି ନଥିଲେ । ଏହା ପରେ ଉଭୟ ବ୍ୟକ୍ତି ନାବାଳିକା ପାଖକୁ ଆସି ତାଙ୍କୁ ଚାକିରି ଲୋଭ ଦେଖାଇ ଇଏସଆଇ ହସ୍ପିଟାଲ ପରିସରକୁ ଡାକି ନେଇଥିଲେ । 

ପୋଲିସ କହିଛି, ନାବାଳିକାକୁ ୧୨ ଘଣ୍ଟା ଯାଏଁ ବନ୍ଧକ ରଖି ଅଭିଯୁକ୍ତ ଦ୍ୱୟ ଗଣଦୁଷ୍କର୍ମ କରିଥିଲେ ଏବଂ ପରେ ସେମାନେ ଛାଡ଼ି ଦେଇ ସେଠାରୁ ଫେରାର ହୋଇଯାଇଥିଲେ । ସବୁଠାରୁ ଦୁଃଖର କଥା ଯେ, ଏତେ ବଡ଼ କାଣ୍ଡ ଘଟିଥିଲେ ମଧ୍ୟ ସୁରକ୍ଷାକର୍ମୀଙ୍କୁ କୌଣସି ପତ୍ତା ନଥିଲା । ରାତି ୧ଟାରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହେବା ପରେ ରାତି ପ୍ରାୟ ସାଢ଼େ ୩ଟାରେ ସିକ୍ୟୁରିଟି ସୁପରଭାଇଜର ପୋଲିସକୁ ସୂଚନା ଦେଇଥିଲେ ।

ଏସପି ଅଭିଷେକଙ୍କ ନେତୃତ୍ୱରେ କାମ କରୁଥିବା ପୋଲିସ ଟିମ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦାରାପୁର ନିବାସୀ  ରବି (୨୫) ଓ ଅଙ୍କିତ ଚୌଧୁରୀ ଓରଫ ବାସୁ (୨୪) ଗିରଫ ହୋଇଛନ୍ତି ।  

  • Tags: