Home > ଅପରାଧ
୨ଟି କାରରେ ଗୋଟିଏ ନମ୍ବର, ଅଭିଯୁକ୍ତ ଗିରଫ
Khabar Odisha:Crime-Delhi-PCR-staff-caught-two-cars-of-the-same-number-in-New-Delhi-arrested

ନୂଆଦିଲ୍ଲୀ, ଅକ୍ଟୋବର ୨୧ (ଖବର ଓଡ଼ିଶା): ଦିଲ୍ଲୀ ପୋଲିସର ପିସିଆରରେ ମୁତୟନ ପୋଲିସ କର୍ମଚାରୀମାନେ ଗୋଟିଏ ନମ୍ବର ଥିବା ୨ଟି କାରକୁ ଜବତ କରିଛନ୍ତି । ଉଭୟ କାର ରାଜୌରୀ ଗାର୍ଡେନରୁ ଜବତ ହୋଇଛି । ବ୍ଲକ-ସି ସ୍ଥିତ ଏକ କୋଠିର ତଳେ ସମାନ ନମ୍ବର ଥିବା କାର ଦୁଇଟି ଛିଡ଼ା ହୋଇଥିଲା । କୁହାଯାଉଛି ଯେ କାର ମାଲିକ ମାମଲା ପଦାକୁ ନ ଆସିବା ପାଇଁ ପୋଲିସ କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ଦେଉଥିଲା । ମାତ୍ର ପୋଲିସ କର୍ମଚାରୀମାନଙ୍କୁ ଲାଞ୍ଚ ଟଙ୍କାର ମୋହ ଲାଗି ନାହିଁ । 

ପିସିଆର ବିଭାଗରେ କାର୍ଯ୍ୟରତ ଜଣେ ପୋଲିସ ଅଧିକାରୀ କହିଛନ୍ତି, ଏଏସଆଇ ଅମରସିଂହ ଓ ସୁବେ ସିଂହଙ୍କୁ ଅଭିଯୁକ୍ତ ଟଙ୍କା ଯାଚିବାକୁ ଉଦ୍ୟମ କରି ବିଫଳ ହୋଇଛି । ସେ ପୋଲିସ ଦ୍ୱାରା ଗିରଫ ହୋଇଛି । ଉଭୟ କାରକୁ ଜବତ କରାଯିବା ସହିତ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । 

ପିସିଆରର ପି-୭ ଗାଡ଼ିରେ ସୁବେ ସିଂହ ଓ ଅମର ସିଂହ ଡ୍ୟୁଟିରେ ଥିଲେ । ହାଇ ଆଲର୍ଟ ଯୋଗୁଁ ଉଭୟ ପୋଲିସ କର୍ମଚାରୀ କ୍ରମାଗତ ଭାବେ ସଦିଗ୍ଧଙ୍କ ଉପରେ ନଜର ରଖୁଥିଲେ । ଏହି ସମୟରେ ରାତି ୧୨ଟା ୫୦ରେ କେହି ଜଣେ ପିସିଆରକୁ କଲ କରିଥିଲା । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ପାଳ ଘୋଡାଇ ରଖାଯାଇଥିବା ୨ଟି କାରକୁ ଦେଖିବାରୁ ଜଣାପଡ଼ିଥିଲା ଯେ, ଉଭୟ କାରରେ ଗୋଟିଏ ପ୍ରକାରର ନମ୍ବର ରହିଛି । ଅଭିଯୁକ୍ତ ମାମଲାରୁ ବର୍ତ୍ତିବା ପାଇଁ ପୋଲିସ କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ ଚାହୁଁଥିଲେ ବି ସେ ବିଫଳ ହୋଇଛି । 

  • Tags: