Home > ଅପରାଧ
ଦିନକ ପରେ ଚେନ୍ନାଇ ବିମାନବନ୍ଦରରୁ ପୁଣି ସୁନା ଜବତ, ୨ ଯାତ୍ରୀ ଗିରଫ
Khabar Odisha:Crime-In-two-separate-incidents-two-passengers-were-arrested-by-Customs-officials-at-Chennai-Airport

ଚେନ୍ନାଇ, ନଭେମ୍ବର ୧୪ (ଖବର ଓଡ଼ିଶା): ଚେନ୍ନାଇ ବିମାନବନ୍ଦରରୁ ଦିନକ ପରେ କଷ୍ଟମ ବିଭାଗ ୨ଟି ଘଟଣାରେ ବୁଧବାର ୬ଟି ସୁନା ବାର ଜବତ କରିଛି । ଏହାର ଓଜନ ୧୧.୯୦ କିଲୋ ବୋଲି ଜଣାପଡ଼ିଛି । କଷ୍ଟମ ବିଭାଗ ସୁନା ସହ କିଛି ବିଦେଶୀ ମୁଦ୍ରା ମଧ୍ୟ ଜବତ କରିଛି । ଏହି ଘଟଣାରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । 

କଷ୍ଟମ ବିଭାଗ ସୋମବାର ୧.୬ କିଲୋ ସୁନା ଜବତ କରିଥିଲା । ଏହାର ମୂଲ୍ୟ ୫୯ ଲକ୍ଷ ଟଙ୍କା ହେବ ବୋଲି କଷ୍ଟମ ବିଭାଗ କହିଥିଲା । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ବିଭାଗର ଅଧିକାରୀମାନେ ସନ୍ଦେହ କରାଯାଉଥିବା ବ୍ୟକ୍ତିମାନଙ୍କୁ ଯାଞ୍ଚ କରିଥିଲେ । ଏହି ସୁନା ୬ ଜଣ ବିମାନ ଯାତ୍ରୀଙ୍କ ଠାରୁ ଜବତ ହୋଇଥିବା ଜାତୀୟ ଗଣମାଧ୍ୟମର ଖବରରୁ ଜଣାପଡ଼ିଛି । ଛଅ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଜୋତା ଓ କଲମର  ରିଫିଲ ଭିତରେ ଭିତରେ ୨୩୧ ଗ୍ରାମ ସୁନା ଲୁଚାଇ ରଖିଥିଲା ।

 

  • Tags: