Home > ଅପରାଧ
ଗୋଆର ମହିଳାଙ୍କୁ ଦିଲ୍ଲୀରେ ଗଣଦୁଷ୍କର୍ମ!, ଜଣେ ଅଭିଯୁକ୍ତ ଗିରଫ ଓ ଅନ୍ୟ ଜଣେ ଫେରାର
Khabar Odisha:Crime-New-Delhi-Ragpickers-rape-Goa-woman-waiting-at-Delhi-bus-stand-one-arrested

ନୂଆଦିଲ୍ଲୀ, ଅକ୍ଟୋବର ୨୧ (ଖବର ଓଡ଼ିଶା): ଦିଲ୍ଲୀରେ ପୁଣି ଥରେ ବସଷ୍ଟାଣ୍ଡରେ ଅପେକ୍ଷା କରିଥିବା ଜଣେ ମହିଳାଙ୍କୁ କଥିତ ରୂପେ ଗଣଦୁଷ୍କର୍ମ କରାଯାଇଛି । ସୂଚନା ମିଳିବା ପରେ ପୋଲିସ ଅଭିଯକ୍ତକୁ ଗିରଫ କରିଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଘଟଣା ସହିତ ସଂପୃକ୍ତ ଜଣେ ସଦିଗ୍ଧ ଏବେ ବି ଫେରାର ଅଛି । ପୋଲିସ ଫେରାର ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ କରୁଛି । 

ପୋଲିସ କହିଛି, ଏହି ଘଟଣା ସେପ୍ଟେମ୍ବର ୧୬ରେ ଘଟିଥିଲା । ଅଭିଯୁକ୍ତ ଗତ ବୁଧବାର ଗିରଫ ହୋଇଛି । ଉତ୍ତର ପ୍ରଦେଶର ରାୟବରେଲି ଅଞ୍ଚଳର ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ସଦିଗ୍ଧର ପରିଚୟ ପାଇଁ ୪୦୦୦ ଲୋକଙ୍କୁ ସତ୍ୟପାଠ କରାଯାଇଛି । ପୋଲିସ କହିଛି ଯେ, ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତ ମୁନା ଫେରାର ଅଛି । ପୋଲିସ କହିଛି, ଅଭିଯୁକ୍ତକୁ ଗିରଫ କରିଛି ଏବଂ କହିଛି ଯେ, ସେ ଓ ମୁନା ଘଟଣା ଦିନ ନିଶାଶକ୍ତ ଅବସ୍ଥାରେ ଥିଲେ । ପୋଲିସ କହିଛି ଯେ, ଖାଲିଦକୁ ଅଦାଲତରେ ହାଜର କରାଯାଇଛି । 

ପୋଲିସ କହିଛି ଯେ, ଗୋଆର ମହିଳା ଜଣକ ବସରେ ଚଢ଼ିବା ପାଇଁ ବସ ଷ୍ଟାଣ୍ଡ ଯାଇଥିଲେ । ସେ ବହୁ ସମୟ ପୂର୍ବରୁ ବସଷ୍ଟାଣ୍ଡରେ ପହଞ୍ଚି ଯାଇଥିଲେ । ତେଣୁ ସେ ଇନ୍ଦ୍ରପ୍ରସ୍ଥ ବସଷ୍ଟାଣ୍ଡ ନିକଟ ପାର୍କରେ ବସିଥିଲେ । ଏହି ସମୟରେ ଅଭିଯୁକ୍ତ ଅବଦୁଲ ଖାଲିଦ ଓ ମୁନ୍ନା ମହିଳାଙ୍କ ନିକଟକୁ ଆସିଥିଲେ । ସେମାନେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ପୂର୍ବରୁ ମହିଳା ଜଣକ ମନା କରିଥିଲେ । ଏଥିରେ ରାଗିଯାଇ ଉଭୟ ଯୁବକ ମହିଳାଙ୍କୁ ମାଡ଼ମାରିଥିବା ଅଭିଯୋଗ ହୋଇଛି ।  

  • Tags: