Home > ଅପରାଧ
କରୋନା ନେଇ ଗୁଜବ ପ୍ରଚାର ଅଭିଯୋଗରେ ୨ ଗିରଫ
Khabar Odisha:Crime-Odisha-2-arrested-for-Corona-Fake-news-Spread
ଭୁବନେଶ୍ୱର, ମାର୍ଚ୍ଚ ୨୪ (ଖବର ଓଡ଼ିଶା):

କରୋନାକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ ୨ ଯୁବକ ଗିରଫ । କରୋନା ଭୂତାଣୁ ସକ୍ରମଣ ନେ ମିଥ୍ୟା ପ୍ରଚାର ଅଭିଯୋଗରେ ଗଞ୍ଜାମ ଓ କଳାହାଣ୍ଡ ଜିଲ୍ଲାର ଜଣେ ଜଣେ ଯୁବକଙ୍କୁ ପୋଲିସ ଗରଫ କରିଛି ।
ଗଞ୍ଜାମ ଜିଲ୍ଲା ଛତ୍ରପୁର ଆର୍ଯ୍ୟାପାଲି ଗାଁର ଯୁବକ ଜଣେ ବିଦେଶ ଫେରନ୍ତାଙ୍କୁ କରୋନା ପଜିଟିଭ କହି ଅପପ୍ରଚାର କରୁଥିଲେ । ଏପରି ମିଥ୍ୟା ଖବର ପ୍ରଚାର ଅଭିଯୋଗ ପରେ ତାଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି ।
ସେହିପରି ସୋସିଆଲ ମିଡିଆରେ କରୋନାକୁ ନେଇ ଗୁଜବ ପ୍ରଚାର ଅଭିଯୋଗରେ କଳାହାଣ୍ଡିରେ ଜଣେ କଲେଜ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ କରାନା ନେଇ ଗୁଜବ ପଚାର କରିବା ଅଭଯୋଗରେ କଳାହାଣ୍ଡିର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା କଳାହାଣ୍ଡିରେ ଗୁଜବ ପ୍ରଚାର କରି ଗିରଫ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି ।
 

  • Tags: