Home > ଅପରାଧ
କେନ୍ଦ୍ରାପଡ଼ା: ପିଏମ ଆବାସ ଯୋଜନା ଦୁର୍ନୀତି ମାମଲାରେ ୨ଗିରଫ
Khabar Odisha:Crime-Odisha-2-persons-arrrested-for-PM-Abas-Yojana-Corruption
କେନ୍ଦ୍ରାପଡ଼ା, ଅକ୍ଟୋବର ୧୬(ଖବର ଓଡ଼ିଶା):

କେନ୍ଦ୍ରାପଡ଼ା ଆଳି ଅଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ଅଭିଯୋଗ ହୋଇଛି । ଏହ ଅଭିଯୋଗରେ ଆଳି ବ୍ଲକ କମ୍ପ୍ୟୁଟର ପ୍ରୋଗ୍ରାମରଙ୍କ ସମେତ ୨ଜଣଙ୍କୁ ଗିରଫ କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନରେ ଦୁର୍ନୀିତି । ପିଏମ ଆବାସ ଯୋଜନାର ଜଣେ ହିତାଧିକାରୀଙ୍କ ଆକାଉଣ୍ଟକୁ ୨ଟି କିସ୍ତିରେ ଟଙ୍କା ଆସିଛି । ଘର କରି ନଥିବା ସତ୍ୱେ ହିତାଧିକାରୀଙ୍କ ଆକାଉଣ୍ଟକୁ ୨ଟି କିସ୍ତିରେ ୫୦ହଜାର ଟଙ୍କା ଆସିଛି । ଘର ନ କରିବା ସତ୍ୱେ ତାଙ୍କ ଆକାଉଣ୍ଟକୁ ଟଙ୍କା କିପରି ଗଲା ସେନେଇ ପ୍ରଶ୍ନ ଉଠିଛି । ଏନେଇ ଆଳି ବ୍ଲକ ଉନ୍ନୟନ ଅଧିକାରୀ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଡିଓଙ୍କ ଏତଲା କ୍ରମେ ଆଳି ବ୍ଲକ କମ୍ପ୍ୟୁଟର ପ୍ରୋଗ୍ରାମର ହିମାଂଶୁ ଦାସଙ୍କ ସମେତ ୨ଜଣଙ୍କୁ ଗିରଫ କରାଯାଇଛି ।

  • Tags: