Home > ଅପରାଧ
ବନ୍ଧା ହେଲେ ଲୁଟେରା ୨ଭାଇ, ୪୦ଟି ମୋବାଇଲ ଓ ୪ଟି ଲାପଟପ ଜବତ
Khabar Odisha:Crime-Odisha-2Lootera-Brother-Arrested
କଳାହାଣ୍ଡି, ନଭେମ୍ବର ୧୦(ଖବର ଓଡ଼ିଶା):

ରାଜ୍ୟରେ ଦିନକୁ ଦିନ ଲୁଟପାଟ ଭଳି ଘଟଣା ବୃଦ୍ଧି ପାଉଥିବା ବେଳେ ପୋଲିସ ଲୁଟେରାଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି । ପୋଲିସ ଜାଲରେ ଆଜି ଧରାପଡ଼ିଲେ କଳାହାଣ୍ଡିର ୨ଲୁଟେରା ଭାଇ । 

ସୂଚନାନୁସାରେ, ଅନେକ ସମୟରେ କହାହାଣ୍ଡି ଜୟପାଟଣା ଅଂଚଳରୁ ଲୁଟ ଅଭିଯୋଗ ଆସିଛି । ଫଳରେ ପୋଲିସ ଛାନଭିନ କରିବା ବେଳେ ଆଜି ୨ଲୁଟେରା ଭାଇଙ୍କୁ ଧରିବାରେ ସଫଳ ହୋଇଛି । ୨ଭାଇ ମିଶି ୨ବର୍ଷ ହେବ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଦୋକାନରୁ  ଲୁଟୁଥିଲେ । ଆଜି ଜୟପାଟଣା ପୋଲିସ କୈାଣସି ଏକ ଗୁପ୍ତ ଶୁତ୍ରରୁ ଖବର ପାଇ ଲୁଟେରା ୨ଭାଇଙ୍କ ଉପରେ ଚଢାଉ କରିଥିଲା । ସେଠାରୁ ୨ଭାଇଙ୍କୁ ଗିରଫ କରିଛି ପୋଲିସ । ଲୁଟେରାଙ୍କ ଠାରୁ ୪୦ଟି ମୋବାଇଲ ଫୋନ , ୪ଟି ଲାପଟପ ସହ ଅନେକ ବିଦ୍ୟୁତ ସାମଗ୍ରୀ ଜବତ ହୋଇଛି । ୨ଜଣ ଲୁଟେରା ଭାଇଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ସୂଚନା ମିଳିଛି । 

  • Tags: