Home > ଅପରାଧ
ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ
Khabar Odisha:Crime-Odisha-Anup-Sai-arrest-by-Chatishgarh-Police
ରାୟଗଡ଼, ଫେବୃଆରୀ ୧୩ (ଖବର ଓଡ଼ିଶା):

ଛତିଶଗଡ଼ ପୋଲିସ ଦ୍ୱାରା ବିଜେଡି ନେତା ଅନୁପ କୁମାର ସାଏ ଗିରଫ। ଛତିଶଗଡ଼ ପୋଲିସ ଅନୁପଙ୍କୁ ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି ।  

ଛତିଶଗଡ଼ରେ ଏକ ହତ୍ୟା ମାମଲାରେ ବିଜେଡି ନେତା ଅନୁପ କୁମାର ସାଏଙ୍କର ସମ୍ପୃକ୍ତି ରହିଥିବା ଅଭିଯୋଗ ରହିଛି । ୨୦୧୬ ମସିହାରେ ମାଓ ଝିଅଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ଅଭିଯୋଗରେ ପୋଲିସ ଅନୁପଙ୍କୁ ଆଜି ଗିରଫ କରିଛି । ଗତକାଲି ରାତିରେ ଛତିଶଗଡ଼ ପୋଲିସ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପଙ୍କୁ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଝାରସୁଗୁଡ଼ା ଘରୁ ଉଠାଇ ନେଇଥିଲା । ଛତିଶଗଡ଼ ପୋଲିସ ଅନୁପଙ୍କୁ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ରଖି ପଚରାଉଚରା କରିବା ପରେ ଗିରଫ କରିଛି ।  ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନି ଥର  କଂଗ୍ରେସ ଟିକେଟରୁ ବିଧାୟକ ରହିଥିଲେ। ପରେ କଂଗ୍ରେସ ଦଳ ଛାଡି ୨୦୧୪ ରେ ବିଜେଡି ଯୋଗଦେଇ ଥିଲେ । ବର୍ତ୍ତମାନ ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳୁଛନ୍ତି ଅନୁପ କୁମାର ସାଏ। 

ଉଲ୍ଲେଖଯୋଗ୍ୟ ଯେ, ୨୦୧୬ ମସିହା ଏପ୍ରିଲ ମାସରେ ଝାରସୁଗୁଡ଼ା ଛତିଶଗଡ଼ ସୀମାନ୍ତରେ କଳ୍ପନା ଦାସ (୩୨) ଓ ପ୍ରଭାତୀ ଦାସ (୧୪) ଦୁଇ ମହିଳାଙ୍କ ବିଭତ୍ସ ହତ୍ୟା କରାଯାଇ ଫିଙ୍ଗା ଯାଇଥିଲା। ପରେ ଛତିଶଗଡ଼ ପୋଲିସ ମୃତଦେହ ଉଦ୍ଧାର କରିବା ପରେ ବିଭିନ୍ନ ସ୍ଥାନ ଓ ଥାନାରେ ଅନୁସନ୍ଧାନ ଚଳାଇଥିଲା । ହତ୍ୟା ସମ୍ପର୍କରେ ଗୁପ୍ତ ତଥ୍ୟ ଜାଣିବା ପରେ ପୋଲିସ ତଦନ୍ତ କରିଥିଲା ।

  • Tags: