Home > ଅପରାଧ
ଗୁଣିଗାରେଡ଼ି ସନ୍ଦେହରେ ପୁଣି ଗଡ଼ିଲା ମୁଣ୍ଡ, ଦମ୍ପତିଙ୍କ ମୃତଦେହ ଉଦ୍ଧାର
Khabar Odisha:Crime-Odisha-Couple-Murder-in-Mayurbhanj-due-to-Black-magic
ମୟୂରଭଞ୍ଜ, ଅକ୍ଟୋବର ୦୯(ଖବର ଓଡ଼ିଶା):

ମୟୂରଭଞ୍ଜରେ ଚାଞ୍ଚଲ୍ୟ । ଆଧୁନିକତା ସହ ତାଳ ମିଳାଇ ଚାଲୁଥିବା ମଣିଷ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ ପାଇଁ ମାନବିକତା ଭୁଲି ଗଲାଣି । ମୟୂରଭଞ୍ଜରେ ଗୁଣି ଗାରେଡ଼ି ସନ୍ଦେହରେ ୨ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । 

ମଧ୍ୟଯୁଗରେ ଗୁଣିଗାରେଡ଼ି କିଭଳି ଭୟାନକ ରୂପ ଧାରଣ କରିଛି ତାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ଆଜି ସାନ ଡ୍ୟାମରୁ କ୍ଷତାକ୍ତ ଓ ପଥରରେ ବନ୍ଧା ଯାଇଥିବା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଦମ୍ପତି ହେଲେ କପ୍ତିପଦା ଥାନା ସୀତାରାମ ସାହିର । କପ୍ତିପଦାର ଏହି ଦମ୍ପତି ଗତ ୬ତାରିଖରୁ ନିଖୋଜ ଥିଲେ । ଗତ ୬ତାରିଖ ଦିନ ସିତାରାମ ସାହିର ସୀତାରାମ ସିଂ ଓ ଲେତ ସିଂ ଫୁଟବଲ ଖେଳ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ବହୁ ଖୋଜା ଖୋଜି ପରେ ଆଜି ଡ୍ୟାମରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ । ଦୀର୍ଘ ୬୯ଘଣ୍ଟା ପରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଭୟଙ୍କୁ ହତ୍ୟା କରି ପଥର ବାନ୍ଧି ଡ୍ୟାମରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । 

ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଏହି ହତ୍ୟା ଅଭିଯୋଗରେ ମହୁଲପଙ୍ଖା ଗାଁର ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

  • Tags: