Home > ଅପରାଧ
ଧରାପଡ଼ିଲେ ହାତୀଦାନ୍ତ ଓ କଲରାପତରିଆ ବାଘ ଚମଡ଼ା ବେପାରୀ, ୪ଗିରଫ
Khabar Odisha:Crime-Odisha-Elephant-tusk--leopard-skin-smuggling-racket-busted-4-members-of-racket-arrested-in-Bhawanipatana-by-the-STF-of-Odisha-Police-Crime-Branch
କଳାହାଣ୍ଡି, ନଭେମ୍ବର ୦୭(ଖବର ଓଡ଼ିଶା):

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଧରାପଡ଼ିଲା ହାତୀଦାନ୍ତ ଓ କଲରାପତରିଆ ବାଘ ଚମଡ଼ା ବେପାରୀ ରାକେଟ । ଭବାନୀପାଟଣାରୁ ଗ୍ୟାଙ୍ଗର ୪ ଜଣଙ୍କୁ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ ଟିମ୍ ଗିରଫ କରିବାରେ ସଫଳ ହୋଇଛି । ବନ୍ୟଜନ୍ତୁଙ୍କ ଦାନ୍ତ, ହାଡ଼, ନଖ, ଚମଡ଼ା ଆଦି ବହୁ ମୂଲ୍ୟବାନ । ତେଣୁ ଅନେକ ସମୟରେ ଚୋରା ବେପାରୀମାନେ ଏପରି ବିଭନ୍ନ ପଶୁପକ୍ଷୀଙ୍କର ଦାନ୍ତ, ହାଡ଼, ନଖ ଆଦି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିଥାନ୍ତି ।

ରାଜ୍ୟ ତଥା ରାଜ୍ୟ ବାହାରକୁ ବିଭନ୍ନ ସମୟରେ ହାତୀଦାନ୍ତ ଓ କଲରାପତରିଆ ବାଘ ଚମଡ଼ାର ଚୋରାଚାଲାଣରେ ସକ୍ରିୟ ରହି ଏକ ରାକେଟ କାମ କରୁଥିଲା । ଏନେଇ ଅନେକ ସମୟରେ ସୂଚନା ମିଳୁଥିବା ବେଳେ ଆଜି ରାକେଟ୍ର ପର୍ଦ୍ଦାଫାସ କରିବାକୁ କରିବାକୁ କ୍ରାଇମବ୍ରାଞ୍ଚ ଗ୍ରାହକ ହୋଇ ସେଠାରେ ପହଂଚିଥିଲା ।  କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ  ଗ୍ରାହକ ହୋଇ ଚମଡ଼ା କିଣିବାକୁ ଚୋରା ବେପାରୀଙ୍କ ପାଖେ ପହଞ୍ଚି ତାଙ୍କୁ କାବୁ କରିଥିଲା ।  ଏହି ଗ୍ୟାଙ୍ଗର ୪ଜଣ ଚୋରା ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଗିରଫ କରାଯାଇଥିବା ୪ ଜଣଙ୍କୁ ଧରି ବର୍ତ୍ତମାନ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ  ଟିମ୍ ଭୁବନେଶ୍ୱର ଫେରୁଥିବା ଜଣାପଡ଼ିଛି ।

  • Tags: