Home > ଅପରାଧ
ଖୋଲିଲା ଅନୁପ ସାଏଙ୍କ ଡବଲ ମର୍ଡର ମିଷ୍ଟ୍ରି, ଫିଲ୍ମ ଷ୍ଟାଇଲରେ ହୋଇଥିଲା ହତ୍ୟାକାଣ୍ଡ
Khabar Odisha:Crime-Odisha-Ex-BJD-MLA-Anup-Sai-Confesses-To-Have-Murdered-Woman--Her-Daughter
ଭୁବନେଶ୍ୱର, ଫେବୃଆରୀ ୧୪ (ଖବର ଓଡ଼ିଶା):

ଖୋଲିଲା ଅନୁପ ସାଏ ମିଷ୍ଟ୍ରି । ହତ୍ୟା ଅଭିଯୋଗରେ ଛତିଶଗଡ଼ ପୋଲିସ ଦ୍ୱାରା ଅନୁପ କୁମାର ସାଏ ଗିରଫ ମାମଲା ଉପରୁ ହଟିଛି ପରଦା । ଛତିଶଗଡ଼ରେ ମା, ଝିଅଙ୍କୁ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ମାନିଲେ ଅନୁପ । ୬ଜିଲ୍ଲାର ୭୦୦ ଲୋକଙ୍କୁ ଜେରା କରିବା ପରେ ଅନୁପ ସାଏଙ୍କୁ ଗିରଫ କରାଯାଇଛି । ଏନେଇ ରାୟଗଡ଼ ଏସପି ସନ୍ତୋଷ ସିଂ ସୂଚନା ଦେଇଛନ୍ତି । 

୨୦୧୬ ମସିହାରେ ମା ଓ ଝିଅଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ଅଭିଯୋଗରେ ପୋଲିସ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପଙ୍କୁ ଗତକାଲି ଗିରଫ କରିଛି । ୨୦୧୬ ମସିହାରେ ଏକ ଜଙ୍ଗଲରୁ ଯେଉଁ ମା, ଝିଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା ତାହା ଏକ ସୁପରିକଳ୍ପତ ହତ୍ୟାକାଣ୍ଡ ଥିଲା । ଏହି ଘଟଣାର ଖୁଲାସା କରି ରାୟଗଡ଼ ଏସପି କହିଛନ୍ତି, ମୃତକ କଳ୍ପନା ଦାସ ୨୦୦୫ ମସିହାରେ ତାଙ୍କ ସ୍ୱାମୀଙ୍କୁ ଛାତ୍ରପତ୍ର ଦେଇଥିଲେ । ଏହାପରେ ସେ ତାଙ୍କ ନାବାଳିକା ଝିଅକୁ ନେଇ ଅନୁପଙ୍କ ପାଖକୁ ଯାଇଥିଲେ । ତାଙ୍କ ମଧ୍ୟରେ ପ୍ରେ ସମ୍ପର୍କ ରହିଥିଲା । ୨୦୧୧ରୁ ୨୦୧୬ ମସିହା ଅନୁପ ଓ କଳ୍ପନା ଝାରସୁଗୁଡ଼ାରେ ଏକ ଫ୍ଲାଟ ନେଇ ସ୍ୱାମୀ -ସ୍ତ୍ରୀ ଭାବେ ଝିଅକୁ ନେଇ ରହୁଥିଲେ । ଏପରି ୫ବର୍ଷ ରହିବା ପରେ କଳ୍ପନା ଅନୁପଙ୍କୁ ବିବାହ କରିବାକୁ କରିଥିଲେ ।  ନିଜ ପରିବାର ଥିବାରୁ ଅନୁପ, କଳ୍ପନାଙ୍କୁ ବାହା ହେବାକୁ ମନା କରିଥିଲେ, ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହି କାରଣକୁ ନେଇ କଳ୍ପନାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ ଅନୁପ । ହତ୍ୟାର ପୂର୍ବ ଦିନ ଦୁହେଁ ଓଡ଼ିଶାର ଏକ ହୋଟେଲରେ ଥିଲେ, ମହିଳାଙ୍କୁ ବିବାହ କରିବେ ବୋଲି କହିଥିଲେ ଅନୁପ । ଏହାପରେ ଏକ ଜଙ୍ଗଲ ରାସ୍ତାରେ ଲୁହା ରଡ୍‌ରେ ୨ ଜଣଙ୍କୁ ହତ୍ୟା କରି ତାଙ୍କ ଉପରେ ଗାଡ଼ି ଚଡାଇ ଦେଇଥିବା ମାନିଛନ୍ତି ଅନୁପ । 

ରାୟଗଡ଼ ଏସ୍‌ପି କହିଛନ୍ତି, ଜଙ୍ଗଲରୁ ମୃତଦେହ ଉଦ୍ଧାର କରିବାରୁ ପ୍ରାୟା ଏକ ବର୍ଷ ପରେ ପରିଚୟ ମିଳିଥିଲା । ଏହାପରେ ୬ ରାଜ୍ୟ, ୭ଶହ ଲୋକଙ୍କୁ ଜେରା କରିଛୁ; ଅନୁପଙ୍କ ମୋବାଇଲ କଲ୍ ରେକର୍ଡ ଯାଞ୍ଚରୁ ବହୁ ତଥ୍ୟ ମିଳିଥିଲା ।  ଅନୁପ ସେତେବେଳେ ଯେଉଁ ନମ୍ବର ବ୍ୟବହାର କରୁଥିଲେ, ଏବେ ବି ରଖିଛନ୍ତି । ଏବେ ଅନୁପଙ୍କ ନାର୍କୋ ଟେଷ୍ଟ କରାଯିବାକୁ ଆବେଦନ କରାଯିବ । ପଚରାଉଚରା ପରେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ଅନୁପ ସାଏ । 

ଉଲ୍ଲେଖଯୋଗ୍ୟ ଯେ, ୨୦୧୬ ମସିହା ମେ ମାସରେ ଝାରସୁଗୁଡ଼ା ଛତିଶଗଡ଼ ସୀମାନ୍ତରେ କଳ୍ପନା ଦାସ (୩୨) ଓ ପ୍ରଭାତୀ ଦାସ (୧୪) ଦୁଇ ମହିଳାଙ୍କ ବିଭତ୍ସ ହତ୍ୟା କରାଯାଇ ଜଙ୍ଗଲରେ ଫିଙ୍ଗା ଯାଇଥିଲା। ପରେ ଛତିଶଗଡ଼ ପୋଲିସ ମୃତଦେହ ଉଦ୍ଧାର କରିବା ପରେ ବିଭିନ୍ନ ସ୍ଥାନ ଓ ଥାନାରେ ଅନୁସନ୍ଧାନ ଚଳାଇଥିଲା । ହତ୍ୟା ସମ୍ପର୍କରେ ଗୁପ୍ତ ତଥ୍ୟ ଜାଣିବା ପରେ ପୋଲିସ ତଦନ୍ତ କରିଥିଲା ।

  • Tags: