Home > ଅପରାଧ
କଟକ ଡିସିପିଙ୍କ ନାଁରେ ଫେକ୍ ଆଇଡ଼ି, ଲୋକଙ୍କ ଠାରୁ ଲୁଟିନେଲେ ୧୦.୧୩ଲକ୍ଷ ଟଙ୍କା
Khabar Odisha:Crime-Odisha-Fake-Facebook-ID-in-the-name-of-Cuttack-DCP-Police-arrest-a-miscreant-from-Semiliguda-area-in-Koraput-on-charges-of-duping-people-to-the-tune-of-Rs-1013
କୋରାପୁଟ, ଅକ୍ଟୋବର ୧୯(ଖବର ଓଡ଼ିଶା):

ଦିନକୁ ଦିନ ସାଇବର କ୍ରାଇମ ବଢିବାରେ ଲାଗିଛି । ଅନେକ ଥର ଫେସବୁକରେ ଫେକ ଆଇଡ଼ି ଖୋଲି ବିଭିନ୍ନ ସ୍ଥାନରେ ଟଙ୍କା ହଡ଼ପ ଅଭିଯୋଗ ଆସିଛି । ଆଜି ପୁଣି ସୋସିଆଲ ମିଡ଼ିଆ ଫେସବୁକରେ କଟକ ଡିସିପିଙ୍କ ପରିଚୟରେ ଏକ ଫେକ ଆଇଡ଼ି କରି ଜଣେ ଦୁର୍ବୃତ୍ତ ୧୦.୧୩ଲକ୍ଷ ଟଙ୍କା ଲୁଟ କରିଥିବା କୋରାପୁଟରୁ ଅଭିଯୋଗ ଆସିଛିା 

କୋରାପୁଟ ଜିଲ୍ଲାର କେହି ଜଣେ ଦୁର୍ବୃତ୍ତ ସୋସିଆଲ ମିଡ଼ିଆ ଫେସବୁକରେ ଆଇଡ଼ି ଖୋଲିଥିଲେ । ଏହାପରେ ଅନ୍ୟମାନଙ୍କୁ ଫ୍ରେଣ୍ଡ ରିକ୍ୟୁଷ୍ଟ ପଠାଇଥିଲେ ।  ଜଣେ ଯୁବତୀଙ୍କ ନାଁରେ ଆକାଉଣ୍ଟ ଖୋଲି ମେସେଜ ପଠାଉଥିଲା ଅଭିଯୁକ୍ତ । ବିଭିନ୍ନ ଆଳ ଦେଖାଇ ଅନେକ ଲୋକଙ୍କ ଠାରୁ ଟଙ୍କା ହଡ଼ପ କରିବା ପରେ ସେ ଫେସବୁକ ଆଇଡ଼ି ବନ୍ଦ କରି ଦେଇଥିଲା । ନିଜକୁ କଟକ ଡିସିପି କହି ୧୦.୧୩ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି । ଠକାମିର ଶିକାର ହୋଇଥିବା କିଛି ବ୍ୟକ୍ତିଙ୍କ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଅଭିଯୋଗ ଆଧାରରେ ସେମିଳିଗୁଳା ଅଂଚଳର ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

  • Tags: