Home > ଅପରାଧ
ଘରୋଇ ସହାୟିକାଙ୍କୁ ଗଣଦୁଷ୍କର୍ମ
Khabar Odisha:Crime-Odisha-Gange-rape-to-a-maid-for-more-years
ରାଉରକେଲା, ଅକ୍ଟୋବର ୨୦(ଖବର ଓଡ଼ିଶା):

ରାଜ୍ୟରେ ଥମୁନି ଦୁଷ୍କର୍ମ ଭଳି ନିନ୍ଦନୀୟ ଓ ଘୃଣ୍ୟ ଅପରାଧ । ମଣିଷ ନିଜ ଶରୀରର ଭୋକ ମେଣ୍ଟାଇବା ପାଇଁ ଦୁଷ୍କର୍ମ କରିବାକୁ ପଛାଉନାହିଁ । ରାଉରକେଲାରୁ ପୁଣି ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଆସିଛି । 

ସୂଚନା ମୁତାବକ, ଝାରସୁଗୁଡ଼ା ଜିଲ୍ଲା ରାଉରକେଲା ବନ୍ଧମୁଣ୍ଡା ଅଂଚଳରେ ଜଣେ ଯୁବତୀ ଜଣେ ମହିଳାଙ୍କ ଘରେ ସହାୟିକା ଭାବେ କାମ କରୁଥିଲେ । ସେଠାରେ ଘର ମାଲିକାଣୀଙ୍କ ପୁଅ ଓ ତାଙ୍କ ସାଙ୍ଗ ଗତ କିଛି ବର୍ଷ ହେଲା ଯୁବତୀଙ୍କୁ ଭୟଭୀତ କରି ଗଣଦୁଷ୍କର୍ମ କରି ଆସୁଥିଲେ । ଯୁବତୀଜଣକ ପ୍ରତିବାଦ କରିଲେ ତାଙ୍କୁ ଧମକଚମକ ଦେଉଥିଲେ ୨ଅଭିଯୁକ୍ତ । ଏନେଇ ଆଜି ନିଜର ୨ମାସର ଶିଶୁ କନ୍ୟାକୁଧରି ଯୁବତୀଜଣକ ଥାନାରେ  ଅଭିଯୁକ୍ତ ସୁନୀଲ ରାଜ ଓ ତରୁଣ ଏକ୍କାଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ।

  • Tags: