Home > ଅପରାଧ
ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ସୁନା
Khabar Odisha:Crime-Odisha-Gold-seized-from-bhubaneswar-airport
ଭୁବନେଶ୍ୱର, ଜୁଲାଇ ୧୦(ଖବର ଓଡ଼ିଶା):

ସୁନା ଚାଲାଣକାରୀଙ୍କ ଆଡ୍ଡା ପାଲଟିଛି ଭୁବନେଶ୍ୱର ବିମାନ ବନ୍ଦର । ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରୁ ବାରମ୍ବାର ବେଆଇନ ଭାବେ ସୁନା ଚାଲାଣ ବେଳେ ଜବତ ହେଉଛି । ଆଜି ପୁଣି ଜଣେ ଯାତ୍ରୀଙ୍କ ଠାରୁ ସୁନା କଷ୍ଟମ ବିଭାଗ ଜବତ କରିଛି । 

ସୂଚନାନୁସାରେ, ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରୁ ଆଜି ଜଣେ ଯାତ୍ରୀଙ୍କ ଠାରୁ ସୁନା ଜବତ କରାଯାଇଛି । ସୁନା ନେଇ ଜଣେ ଯାତ୍ରୀ ଏୟାର ଏସିଆ ବିମାନରେ ବ୍ୟାଙ୍କକରୁ ଆସୁଥିଲେ । କଷ୍ଟମ ବିଭାଗ ଖବର ପାଇ ଯାତ୍ରୀଙ୍କ ଠାରୁ ୧୫୦ଗ୍ରାମ ସୁନା ଜବତ କରିଛି । ସୁନା ଜବତ ହୋଇଥିବା ଯାତ୍ରୀଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡ଼ିଛି । ଜବତ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା । ଏହି ଘଟଣାରେ ଉକ୍ତ ଯାତ୍ରୀଙ୍କୁ ରଖି ପୋଲିସ ପଚରାଉଚରା କରୁଛି ।

  • Tags: