Home > ଅପରାଧ
ଠକ ସଂସ୍ଥାର ୨ କର୍ମଚାରୀ ଗିରଫ
Khabar Odisha:Crime-State-Odisha-Nabarangpur-Police-arrests-two-persons-from-Bhubaneswar-and-Berhampur-on-charges-of-collecting-fee-from-hundreds-of-students-on-the-pretext-of-imparting-computer-training
ନବରଙ୍ଗପୁର, ନଭେମ୍ବର ୧୨(ଖବର ଓଡ଼ିଶା):

ନବରଙ୍ଗପୁରର ଏକ ଠକ ସଂସ୍ଥାର ୨ଜଣଙ୍କୁ ଆଜି ପୋଲିସ ଗିରଫ କରିଛି । ତାଙ୍କ ସଂସ୍ଥାରେ ଟଙ୍କା ଜମା ରଖିଲେ ୬ମାସରେ ୩ଗୁଣା ହେବ କହି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ ଏହି ଅଭିଯୁକ୍ତମାନେ । 

ନବରଙ୍ଗପୁରରୁ ଅନେକ ସମୟରେ ଠକେଇ ଅଭିଯୋଗ ଆସୁଥିବା ବେଳେ ପୋଲିସ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା ଜାରି ରଖିଥିଲା । ତଦନ୍ତ କରି ଠକେଇ ଅଭିଯୋଗରେ ଆଜି ନବରଙ୍ଗପୁର ପୋଲିସ ଆଡୱାଲ ଗ୍ଲୋବାଲ କମ୍ପାନୀର ୨ଜଣଙ୍କୁ ଗିରଫ କରିଛି । ଆଡୱାଲ ଗ୍ଲୋବାଲ କମ୍ପାନୀ ମୁଖ୍ୟ ଉମେଶ ଚନ୍ଦ୍ର ମିଶ୍ର ଓ ଟିମ ଲିଡର ଶୁଭମ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି । କମ୍ପ୍ୟୁଟର ଶିକ୍ଷା ଦେବା ନାଁରେ ଶହ ଶହ ପିଲାଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗ ଥିଲା । ଏହା ସହ ସଂସ୍ଥାରେ ଟଙ୍କା ଜମା ରଖିଲେ ୬ମାସରେ ୩ଗୁଣା ହେବ କହି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲା ଏହି କଂପାନୀ । ଏହି ଠକ କମ୍ପାନୀର ମୁଖ୍ୟ ଉମେଶଙ୍କୁ ଭୁବନେଶ୍ୱର ପଟିଆର ଏକ ଆପାର୍ଟମେଣ୍ଟରୁ ଗିରଫ କରାଯାଇଛି । 

ଆଡୱାଲ ଗ୍ଲୋବାଲ କମ୍ପାନୀର ଟିମ ଲିଡର ଶୁଭମ ପ୍ରଧାନଙ୍କୁ ମଧ୍ୟ ବ୍ରହ୍ମପୁରରୁ ଗିରଫ କରିଛି ପୋଲିସ । ଠକେଇ ଅଭିଯୋଗରେ ପୋଲିସ ପୂର୍ବରୁ ମଧ୍ୟ ଏହି କମ୍ପାନୀର ଜଣଙ୍କୁ ଗିରଫ କରିଥିଲା ।

  • Tags: