Home > ଅପରାଧ
ମଦ୍ୟପାନକୁ ନେଇ ଗଣ୍ଡଗୋଳ: ହରିୟାଣାରେ ଗାଡ଼ି ଚଢ଼ାଇ ୨ ଜଣଙ୍କୁ ହତ୍ୟା
Khabar Odisha:Crime-nation-Haryana-Two-people-killed-after-dispute-over-liquor-in-Haryana

ଭିୱାନୀ, ନଭେମ୍ବର ୦୬ (ଖବର ଓଡ଼ିଶା): ହରିୟାଣାର ଚରଖୀ ଦାଦର ଗ୍ରାମରେ ସୋମବାର ରାତି ମଦ୍ୟପାନକୁ କେନ୍ଦ୍ର କରି ପ୍ରବଳ ଗଣ୍ଡଗୋଳ ହୋଇଛି । ଏହି ଗଣ୍ଡଗୋଳ ପରେ ଜଣେ ବ୍ୟକ୍ତି ଅନ୍ୟ ୨ ଜଣ ଲୋକଙ୍କ ଉପରେ ପିକଅପ ଗାଡ଼ି ଚଢ଼ାଇ ଦେଇଛି । ଦୁର୍ଘଟଣାରେ ୨ ଜଣ ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ହସ୍ପିଟାଲ ଆଖପାଖରେ ଭୟର ବାତାବରଣ ଦେଖାଯାଇଛି । 

ପୋଲିସ କହିଛି କାହ୍ନହା ଗ୍ରାମ ନିବାସୀ ମହେନ୍ଦ୍ର ସିଂହ ଓ ତା’ର ସାଙ୍ଗ କୁଳବୀର ବେର୍ଲାରୋଡ଼ସ୍ଥିତ ମଦ ଦୋକାନ ନିକଟରେ ବସିଥିଲେ । ଏହି ସମୟରେ ଗାଁର ସଂଦୀପ ପିକଅପ ଗାଡ଼ି ନେଇ ସେମାନଙ୍କ ନିକଟରେ ପହଂଚିଥିଲା । ଅଳ୍ପ କିଛି ସମୟ ପରେ ୩ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା । ସେ କହଛନ୍ତି ସଂଦୀପ ରାଗରେ ମହେନ୍ଦ୍ର ଓ କୁଳବୀରଙ୍କ ଉପରେ ପିକଅପ ଗାଡି ଚଢ଼ାଇ ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ଜୀବନ ଚାଲିଯାଇଥିଲା । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଶରୀର ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା । ଏହା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । 

ଘଟଣାର ତଦନ୍ତ ଅଧିକାରୀ ତେଲୁ ରାମୁ ଗଣମାଧ୍ୟମକୁ କହିଛନ୍ତି, ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଥିଲା । ମହେନ୍ଦ୍ରର ମୃତଦେହ ଉଦ୍ଧାର ହୋଇଥିବା ବେଳେ କୁଳଦୀପ ଜୀବନ ପାଇଁ ସଂଘର୍ଷ କରୁଥିଲା । ରାସ୍ତାରେ କୁଳଦୀପର ମୃତ୍ୟୁ ଘଟିଥିଲା । ଅନ୍ୟପଟରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଟିମ ଗଠନ କରିଛି । 

 

  • Tags: