Home > ଅପରାଧ
କରୋନା ସମ୍ପର୍କିତ ମିଥ୍ୟା ଗୁଜବ ପ୍ରଚାର ଅଭିଯୋଗରେ ଯୁବକ ଗିରଫ
Khabar Odisha:Crime-odisha-One-youth-Arrested-for-viral-fake-news-for-Corona-Virus
ଭୁବନେଶ୍ୱର, ମାର୍ଚ୍ଚ ୨୦(ଖବର ଓଡ଼ିଶା):

ସୋସିଆଲ ମିଡିଆରେ କରୋନା ସମ୍ପର୍କରେ ଗୁଜବ ଅର୍ଥାତ ଏକ ଭିଡ଼ଓ ଭାଇରାଲ କରିବା  କରିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ନବରଙ୍ଗପୁର ରାଇଘର ପୋଲିସ। କରୋନା ସମ୍ପର୍କରେ ମିଥ୍ୟା ପ୍ରଚାର କରି ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ଯୁବକଙ୍କୁ ଗିରଫ କରାଯାଇଛି ।
ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ, କରୋନା ସମ୍ପର୍କିତ ମିଥ୍ୟା ପ୍ରଚାର ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ନବରଙ୍ଗପୁର ଜିଲ୍ଲା ରାଇଘରର ଜଣେ ଯୁବକ  ଗାଁର ଏକ ମାଂସ ଦୋକାନ ସମ୍ମୁଖରେ ରହି ମାଂସ ମଧ୍ୟରେ କୋରନା ଭାଇରସ୍ ରହିଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହାର ମିଥ୍ୟା ପ୍ରଚାର କରିଥିଲେ। ଏହାକୁ ନେଇ ଲୋକେ ଭୟଭୀତ ହେବା ପରେ ତାଙ୍କୁ ଗିରଫ କରିଛି ରାଇଘର ପୋଲିସ । ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଭାରସୁଣ୍ଡି ଗାଁରେ ବୋଲି ଜଣାପଡ଼ିଛି।
 

  • Tags: