Home > ଅପରାଧ
ଝାରସୁଗୁଡ଼ା ପୋଲିସର ଏନକାଉଣ୍ଟର, ୪ କୁଖ୍ୟାତ ଅପରାଧୀ ଆହତ, ଜଣେ ପୋଲିସ ବି ଆହତ
Khabar Odisha:Crime-state-Four-hardcore-criminal-injured-in-Jharsuguda-police-encounter

ଭୁବନେଶ୍ୱର, ନଭେମ୍ବର ୦୬ (ଖବର ଓଡ଼ିଶା): ଝାରସୁଗୁଡ଼ା ପୋଲିସର ଏନକାଉଣ୍ଟରରେ ମଙ୍ଗଳବାର-ବୁଧବାର ରାତି ୪ ଜଣ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି । ବ୍ରଜରାଜନଗର ପୋଲିସ ଅପରାଧୀଙ୍କୁ ଟାର୍ଗେଟ କରି ମଙ୍ଗଳବାର ରାତି ସାରା ପୋଟ୍ରୋଲିଂ କରିଥିଲା । ପୋଲିସ ଅନନ୍ତ ଧଳ, ରଫିକ ଅନସାରୀ, ଶୈଳେନ୍ଦ୍ର ପାତ୍ର ଓ ନିକି ସିଂଙ୍କୁ ଏନକାଉଣ୍ଟର କରିଛି  । ଆହତ ଅପରାଧୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ବ୍ରଜରାଜନଗରସ୍ଥିତ ମୁଖ୍ୟ ବଜାର ଉପରେ ମଙ୍ଗଳବାର ସଂଧ୍ୟାରେ ଗୁଳିମାଡ଼ ହୋଇଥିଲା । ଏଥିରେ ମଣ୍ଟୁ ଘୋଷ ନାମରେ ଜରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ମଧୁପୁର ଜଙ୍ଗଲ ରାସ୍ତାରେ ଏନକାଉଣ୍ଟର କରିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୋଲିସ ଅତର୍କୀତ ଭାବେ ଚଢ଼ାଉ କରିଥିଲା । ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଫଳରେ ଗାନ୍ଧୀଛକ ଫାଣ୍ଡି ଅଧିକାରୀ ଚୂଡ଼ାମରୀ ଆହତ ହୋଇଛନ୍ତି । ଅପରାଧୀମାନଙ୍କ ନାମରେ କେତେ ଅପରାଧିକ ମାମଲା ରହିଛି ପୋଲିସ ଘଟଣାର ତଦନ୍ତ କରୁଛି । 

  

 

  • Tags: