Home > ଅପରାଧ
ନକଲି ଗୁଟୁକା କାରଖାନାକୁ ସିଲ କଲା ଟାଙ୍ଗୀ ପୋଲିସ
Khabar Odisha:Fake-tabacco-factory-busted-by-Tangi-police
ଟାଙ୍ଗୀ, ଜୁନ ୨୮ (ଖବର ଓଡିଶା);

ନକଲି ଗୁଟୁକା କାରଖାନା ଫାଟକରେ ତାଲା ପକେଇଲା ଟାଙ୍ଗୀ ପୋଲିସ । ସୂଚନା ଅନୁଯାୟୀ କଟକ ଜିଲ୍ଲା ଟାଙ୍ଗି ବ୍ଲକ ଅର୍ନ୍ତଗତ ନପଙ୍ଗ ପଂଚୟତର ବ୍ରହ୍ମଣପଡା ଗାଁ ନିକଟରେ ଥିବା ଏକ ସ୍ଥାନରେ ବହୁ ଦିନ ଧରି ନକଲି ଗୁଟୁକା କାରଖାନା ଚାଲୁଥିଲା । 



ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ପୋଲିସ ଆଜି ସନ୍ଧ୍ୟାରେ ଚଢାଉ କରି କାରଖାନା ଫାଟକରେ ତାଲା ପକାଇଛି । ଏହା ସହ କାରଖାନାର ମାଲିକ ସମେତ ୯ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଉଛି । ଆସନ୍ତାକାଲି କାରଖାନାରୁ ନକଲି ଗୁଟୁକା ତିଆରିରେ ବ୍ୟବହୃତ ଯନ୍ତ୍ରାଂଶ ଓ ଗୁଟୁକା ଜବତ କରାଯାଇ ଥାନାକୁ ନିଆଯିବ ବୋଲି ଜଣାପଡିଛି । ତେବେ କାରଖାନାରେ କେତେ ଟଙ୍କାର ସାମଗ୍ରୀ ଅଛି ତାହା ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇନାହିଁ । କାରଖାନା ସିଲ ହେବାପରେ ଏହାକୁ ଜଗିଛନ୍ତି ଟାଙ୍ଗୀ ପୋଲିସ ।

  • Tags: