Home > ଅପରାଧ
ବିମାନବନ୍ଦରରୁ ୫୯ ଲକ୍ଷ ଟଙ୍କାର ସୁନା, ଲକ୍ଷେ ୩୮ ହଜାର ୟୁଏସ ଡଲାର ରେଳଷ୍ଟେସନରୁ ଜବତ
Khabar Odisha:Nation-Tamil-Nadu-16-kg-gold-worth-Rs-59-lakhs-was-recovered-from-6-passengers

ନୂଆଦିଲ୍ଲୀ, ନଭେମ୍ବର ୧୨ (ଖବର ଓଡ଼ିଶା): ଚେନ୍ନାଇ ବିମାନବନ୍ଦରରୁ କଷ୍ଟମ ବିଭାଗ ସୋମବାର ୧.୬ କିଲୋ ସୁନା ଜବତ କରିଛି । ଏହାର ମୂଲ୍ୟ ୫୯ ଲକ୍ଷ ଟଙ୍କା ହେବ ବୋଲି କଷ୍ଟମ ବିଭାଗ କହିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ବିଭାଗର ଅଧିକାରୀମାନେ ସନ୍ଦେହ କରାଯାଉଥିବା  ବ୍ୟକ୍ତିମାନଙ୍କୁ ଯାଞ୍ଚ କରିଥିଲେ । ଏହି ସୁନା ୬ ଜଣ ବିମାନ ଯାତ୍ରୀଙ୍କ ଠାରୁ ଜବତ ହୋଇଥିବା ଜାତୀୟ ଗରମାଧ୍ୟମର ଖବରରୁ ଜଣାପଡ଼ିଛି । ଛଅ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଜୋତା ଓ କଲମର  ରିଫିଲ ଭିତରେ ଭିତରେ ୨୩୧ ଗ୍ରାମ ସୁନା ଲୁଚାଇ ରଖିଥିଲା । 

ସେହିଭଳି ପଶ୍ଚିମବଙ୍ଗର ସିଲିଗୁଡ଼ି କଷ୍ଟମ ବିଭାଗ ୧ ଲକ୍ଷ ୩୮ ହଜାର ଆମେରିକୀୟ ଡଲାର ଓ ୨୬ ହଜାର ଭାରତୀୟ ଟଙ୍କା ଜବତ କରିଛି । ଉତ୍ତରପ୍ରଦେଶ କାଞ୍ଚନଜଙ୍ଘା ଏକ୍ସପ୍ରେସରେ ବ୍ୟାପକ ପରିମାଣରେ  ମୁଦ୍ରା ଚାଲାଣ ହେଉଥିବା ବେଳେ କଷ୍ଟମ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଟ୍ରେନ ଜଲପାଇଗୁଡ଼ିରେ ସୋମବାର ପହଂଚିବା ବେଳେ ବିଭାଗୀୟ ଅଧିକାରୀମାନେ ଅତର୍କୀତ ଭାବେ ଚଢ଼ାଉ କରିଥିଲେ । ଏହି ଘଟଣାରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । 

 

  • Tags: