Home > ଅପରାଧ
ଲୋୟର ପିଏମଜିରେ ଧାରଣାରେ ଥିବା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
Khabar Odisha:State-Crime-Odisha-Police-arrests-man-for-allegedly-trying-to-rape-a-girl-sitting-on-dharna-with-her-sister-near-PMG-area-in-Bhubaneswar
ଭୁବନେଶ୍ୱର, ଅକ୍ଟୋବର ୦୭(ଖବର ଓଡ଼ିଶା):

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମହିଳା ସୁରକ୍ଷିତ ନାହାଁନ୍ତି । ସେ ପୁଣି ଲୋକସେବା ଭବନ ନିକଟରେ । ଲୋୟର ପିଏମଜିରେ ଧାରଣରେ ବସିଥିବା ଯୁବତୀଙ୍କୁ ଦୁଷ୍ମର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ଆସିଛି । 

ସୂଚନାନୁସାରେ, କୋରାପୁଟ ଲମତାପୁଟ ଅଂଚଳର ୨ ଭଉଣୀ କୈାଣସି ଏକ କାରଣରୁ ପ୍ରଶାସନ ଠାରୁ ନ୍ୟାୟ ଦାବୀରେ ଭୁବନେଶ୍ୱର ଲୋୟର ପିଏମଜିରେ ଦୀର୍ଘଦିନ ହେବ ଧାରଣାରେ ବସିଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କ ଟ୍ୟାଣ୍ଟକୁ ଅଭିଯୁକ୍ତ କାଳୁ ନାୟକ ପଶି ଆସିଥିଲା । ସେଠାରେ ସେ ଦୁଇ ଭଉଣୀଙ୍କୁ ଦୁର୍ବ୍ୟବହାର କରୁଥିବା ବେଳେ ଜଣେ ଖସି ପଳାଇଥିଲେ । ସେ ଧାରଣାସ୍ଥଳ ନିକଟସ୍ଥ ପୋଲିସ କ୍ୟମ୍ପରେ ଜଣାଇଥିଲେ ।  ଖବର ପାଇବା ପରେ ଧାରଣା ଟେଣ୍ଟରେ ପୋଲିସ ପହଂଚି ଅଭିଯୁକ୍ତ କାଳୁ ନାୟକକୁ ଗିରଫ କରିଛି ।

  • Tags: