Home > ଅପରାଧ
ଗଞ୍ଜେଇ ବେପାରକୁ ବିରୋଧ କରିବାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ
Khabar Odisha:State-Odisha-A-college-student-from-Parbatipur-village-under-Fategarh-police-limits-allegedly-attacked-by-a-group-of-miscreants-for-opposing-illegal-ganja-trade
ନୟାଗଡ଼, ଅକ୍ଟୋବର ୧୭(ଖବର ଓଡ଼ିଶା):

ଗଞ୍ଜେଇ ବେପାରଙ୍କୁ ବିରୋଧ କରିବାରୁ ଆଜି ଜଣେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣର ଶିକାର ହେବାକୁ ପଡ଼ିଛି। ଘରକୁ ଫେରୁଥିବା ବେଳେ ଜଣେ ଯୁବକଙ୍କୁ ଗଞ୍ଜେଇ ବେପାରୀଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି ।  

ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ପାର୍ବତୀପୁର ଗାଁରେ ଜଣେ ଯୁବକ କିଛି ଦିନ ପୂର୍ବରୁ ଗଞ୍ଜେଇ ବେପାରକୁ ବିରୋଧ କରିଥିଲେ । ତେବେ ଗତକାଲି ରାତିରେ ସେ ଘରକୁ ଫେରୁଥିବା ବେଳେ ଭାପୁର-ପାର୍ବତୀପୁର ବାଇପାସ୍ ରାସ୍ତାରେ କିଛି ଗଞ୍ଜେଇ ବେପାରୀ ତାଙ୍କୁ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ତାଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଛି । ଫଳରେ ସେ ଗୁରୁତର ହୋଇପଡ଼ିଛନ୍ତି । ମାରଣାସ୍ତ୍ର ଆକ୍ରମଣରେ ଗୁରୁତର ଛାତ୍ରଜଣକ ଏବେ ମରଣ ସହ ସଂଘର୍ଷ କରୁଛନ୍ତି। ଗୁରୁତର ଛାତ୍ର ପଠାଣି ସାମନ୍ତ ମହାବିଦ୍ୟାଳୟର +୩ର ଶେଷ ବର୍ଷର  ଲବ ମହାପାତ୍ର। 

ଗୁରୁତର ଲବ ମହାପାତ୍ରଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି ।

  • Tags: