Home > ଅପରାଧ
୫ହଜାର ଟଙ୍କା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ
Khabar Odisha:State-Odisha-JE-Caught-on-vigilance-hand
ବାଲେଶ୍ୱର, ଜୁନ ୧୧(ଖବର ଓଡ଼ିଶା):

ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ଅଧିକାରୀ ଧରାପଡ଼ିଛନ୍ତି । ବାଲେଶ୍ୱରର ଜଣେ କନିଷ୍ଠ ଯନ୍ତ୍ରୀ ଲଂଚ ନେଉଥିବା ବେଳେ ଧରାପଡ଼ି ଗିରଫ ହୋଇଛନ୍ତି ।

ସୂଚନାନୁଯାୟୀ , ବାଲେଶ୍ୱର ଜିଲ୍ଲା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବିଦ୍ୟୁତ ବିଭାଗର ମଠସାହି ସେକ୍ସନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଚିତପ୍ରଜ୍ଞ ମହାନ୍ତି ଜଣେ ବ୍ୟକ୍ତିଙ୍କ ଠାରୁ ପାଂଚ ହଜାର ଟଙ୍କା ଲାଂଚ ନେଉଥିବା ବେଳେ କଟକ ଭିଜିଲାନ୍ସ ହାତରେ ପଡ଼ିଥିଲେ । କାମ କରାଇବାକୁ ପାଂଚ ହଜାର ଟଙ୍କା ଲାଂଚ ନେଉଥିବା ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । 

ବ୍ୟକ୍ତିଜଣକ ନିଜ କାମ ନେଇ କନିଷ୍ଠ ଯନ୍ତ୍ରୀଙ୍କ ପାଖକୁ ଯାଇଥିଲେ । ସେ ଟଙ୍କା ମାଗିବାରୁ ବ୍ୟକ୍ତି ଭିଜିଲାନ୍ସର ଦ୍ୱାରାସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ବ୍ୟକ୍ତିଙ୍କ ଠାରୁ କନିଷ୍ଠ ଯନ୍ତ୍ରୀ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି ।

  • Tags: