Home > ଅପରାଧ
ଭିଜିଲାନ୍ସ ପଞ୍ଝାରେ ସୁପରଭାଇଜର, ୧୬ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ
Khabar Odisha:State-Odisha-Vigilance-caught-Supervisor-for-corruption
ଝାରସୁଗୁଡ଼ା, ନଭେମ୍ବର ୦୫(ଖବର ଓଡ଼ିଶା):

ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ଅଧିକାରୀ ଧରାପଡ଼ିଛନ୍ତି । ଝାରସୁଗୁଡ଼ା ଜିଲ୍ଲାର ଜଣେ ସୁପରଭାଇଜର ୧୬ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଧରା ପଡ଼ି ଗିରଫ ହୋଇଛନ୍ତି ।

ସୂଚନାନୁସାରେ, ଝାରସୁଗୁଡ଼ା ଜିଲ୍ଲା ବନ ଉନ୍ନୟନ ନିଗମ ଗୋଦାମ ସୁପରଭାଇଜର ଭାବେ କାର୍ଯ୍ୟରତ ସୁମନ୍ତ ପାଇକରାୟ ୧୬ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । କୈାଣସି ଏକ କାମ ନେଇ ଜଣେ ବ୍ୟକ୍ତିଙ୍କୁ ସୁମନ୍ତ ୧୬ହଜାର ଟଙ୍କା ଲାଂଚ ମାଗିଥିଲେ । କୈାଣସି ମତେ ଭିଜିଲାନ୍ସ ଖବର ପାଇ ଆଜି ବ୍ୟକ୍ତିଙ୍କ ଠାରୁ ସୁମନ୍ତ ୧୬ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଲାଂଚ ନେଉଥିବା ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି ।

  • Tags: