Home > ଅପରାଧ
କରୋନା ଭାଇରସ ନେଇ ଫେସବୁକରେ ଗୁଜବ ପ୍ରଚାର ଅଭିଯୋଗରେ ଯୁବକ ଗିରଫ
Khabar Odisha:State-Odisha-youth-arrested-for-spread-fake-news-about-Corona-Virus
ଅନୁଗୁଳ, ମାର୍ଚ୍ଚ ୨୧(ଖବର ଓଡ଼ିଶା):

ସୋସିଆଲ ମିଡିଆରେ କରୋନା ସମ୍ପର୍କରେ ଗୁଜବ ପ୍ରଚାର କରିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ। ଫେସବୁକରେ ମିଥ୍ୟା ତଥ୍ୟ ପ୍ରଚାର କରି ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ଯୁବକଙ୍କୁ ଗିରଫ କରାଯାଇଛି ।
ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ, କରୋନା ସମ୍ପର୍କିତ ମିଥ୍ୟା ପ୍ରଚାର ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଅନୁଗୁଳ ଜିଲ୍ଲାର ଜଣେ ଯୁବକ କୋରନା ଭାଇରସ୍ ସମ୍ପର୍କରେ ମିଥ୍ୟା ତଥ୍ୟ ସୋସିଆଲ ମିଡିଆ ଅର୍ଥାତ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରି ଭାଇରାଲ କରିଥିଲେ। ଅନୁଗୁଳର ଜଣେ ଯୁବକ କରୋନା ଆକ୍ରାନ୍ତ ଥିବା  ମିଥ୍ୟା ପ୍ରଚାର କରିଥିଲେ। ଏହାକୁ ନେଇ ଲୋକେ ଭୟଭୀତ ହେବା ପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ । ଯୁବକଙ୍କ ନାଁ ବିଜୟ କୁମାର ସୋନି  ଓ ତାଙ୍କ ଘର ଅନୁଗୁଳ ଜିଲ୍ଲାରେ । ବିଜୟଙ୍କୁ ଗିରଫ କରିବା ସହ ଏକ ମୋବାଇଲ ଫୋନ ଜବତ କରିଛି ପୋଲିସ ।

  • Tags: