Home > ଅପରାଧ
ମୟୂରଭଞ୍ଜ ଜିଲ୍ଲାରେ ଅଭାବନୀୟ ଘଟଣା, ମଦ ନିଶାରେ ମାଆକୁ ପିଟି ମାରିଦେଲେ ଦୁଇ ପୁଅ
Khabar Odisha:Unfortunate-incident-in-Mayurbhanj-district-two-sons-beat-mother-to-death-for-drunkenness
ମୟୂରଭଞ୍ଜ, ମେ ୨୨ (ଖବର ଓଡ଼ିଶା):

ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ୍ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ବୃଦ୍ଧା ମାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଦେଲେ ଦୁଇ ମଦ୍ୟପ ପୁଅ ଦୁଇ ପୁଅ।

ମିଳିଥିବା ସୂଚନା ଅନୁଯାୟୀ, ବାଙ୍ଗିରିପୋଷି ବ୍ଲକ୍ ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ତୁଳସୀ ସିଂହ। ଦୁଇ ପୁଅ ରବି ଏବଂ ରାଜ କିଶୋର ଗତକାଲି ରାତିରେ ପ୍ରଚୁର ମଦ୍ୟପାନ କରି ଘରକୁ ଫେରିଥିଲେ। ଏହାକୁ ନେଇ ମାତୁଳସୀ ସିଂହ ଗାଳିଗୁଲଜ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ପୁଅ ରବି ଏବଂ ରାଜ କିଶୋର  ନିଶାସକ୍ତ ଅବସ୍ଥାରେ ମାତୁଳସୀ ସିଂହଙ୍କୁ ଦୁଇଟି ବାଡ଼ିରେ ପ୍ରବଳ ପିଟିଥିଲେ, ଫଳରେ ଘଟଣାସ୍ଥଳରେ ହିଁ ତୁଳସୀଙ୍କ ପ୍ରାଣ ବାୟୁ ଉଡିଯାଇଥିଲା ।

ଏହି ଘଟଣା ଆଜି ସକାଳେ ଜଣାଯିବା ପରେ ତୁଳସୀଙ୍କ ସ୍ବାମୀ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ତୁଳସୀଙ୍କ ମୃତ ଦେହକୁ ଜବତ କରିବା ସହ ଦୁଇ ପୁଅ ରବି ସିଂହ ଏବଂ ରାଜ କିଶୋର ସିଂହଙ୍କୁ ଗିରଫ କରିଥିବା ଜଣାଯାଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

  • Tags: