Home > ଅପରାଧ
ଗଞ୍ଜାମ: ସ୍ୱାମୀର କାଠ ଫାଳିଆ ଆକ୍ରମଣରେ ସ୍ତ୍ରୀ ମୃତ
Khabar Odisha:crime-Odisha-husband-killed-his-wife
ବ୍ରହ୍ମପୁର, ସେପ୍ଟେମ୍ବର ୧୦(ଖବର ଓଡ଼ିଶା):

ଗଞ୍ଜାମ ମୁନୁଶୁରକୋଟ ଗାଁରେ ଅଭାବନୀୟ ଘଟଣା ଘଟିଛି ।  ପାରବାରିକ କଳିକୁ କେନ୍ଦ୍ର କରି ସ୍ୱାମୀର କାଠ ଫାଳିଆ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଛି । 

ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ମୁନୁଶୁରକୋଟ ଗାଁରେ ଗୋଟିଏ ପରିବାରରେ ନାନୁ ଦାସ ଦେଢ ବର୍ଷ ତଳେ ତନୁ ଦାସଙ୍କୁ ବିବାହ କରିଥିଲେ । ଗତକାଲି ବିଳମ୍ବିତ ରାତ୍ରିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ବଚସା ହୋଇଥିଲା । ବଚସା କ୍ରମେ ଉଗ୍ର ରୂପ ଧାରଣ କରିଥିଲା । ଏହା ପରେ ସ୍ୱାମୀ ନାନୁ ଦାସ ରାଗି ଯାଇ ସ୍ତ୍ରୀ ତନୁ ଦାସଙ୍କୁ କାଠ ଫାଳିଆରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ତନୁ ଦାସଙ୍କ ମୃତ୍ୟୁ ଘଟିଥିଲା । 

ଆଜି ସକାଳେ ପଡୋଶୀ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଗୋପାଳପୁର ପୋଲିସ ପହଂଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ନାନୁ ଦାସଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଉଭୟଙ୍କର ସାତ ମାସର ଏକ ଶିଶୁକନ୍ୟା ଥିବା ଜଣାପଡ଼ିଛି ।

  • Tags: