Home > ଅପରାଧ
ପୁଣି ଥରେ ଗିରଫ ହେଲା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ
Khabar Odisha:crime-odisha-Gangstar-Raja-Acharya-arrested-again
ଭୁବନେଶ୍ଵର, ନଭେମ୍ବର୧୩(ଖବର ଓଡ଼ିଶା):

ପୁଣି ଥରେ ଗିରଫ ହେଲା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ। କଟକର ମାଲଗୋଦାମ ପୋଲିସ ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏକ ପୁରୁଣା ଓ୍ଵାରେଣ୍ଟ ବଳରେ ତାକୁ ଗିରଫ କରାଯାଇଥିବା ବୁଧବାର କଟକ ଡିସିପି ଅଖିଳେଶ୍ଵର ସିଂହ ସୂଚନା ଦେଇଛନ୍ତି। 

ସୂଚନା ଅନୁଯାୟୀ, ଜୁଡ଼ୋ କୋଚ୍ ବିରଞ୍ଚି ହତ୍ୟା ମାମଲାରେ ପୂର୍ବରୁ ଗିରଫ ହୋଇଥିବା ରାଜା ଆଚାର୍ୟ୍ୟ  ୨୦୦୪ ମସିହାର ଏକ ହତ୍ୟା ମାମଲାରେ ଗିରଫ ହୋଇଛି।  ରାଜା ବିରୋଧରେ ପୋଲିସ ଓ୍ଵାରେଣ୍ଟ ମଧ୍ୟ ଜାରି କରିଥିଲା। 

ସୂଚନାଯୋଗ୍ୟ ଯେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜା ଆଚାର୍ଯ୍ୟଙ୍କୁ ହାଇକୋର୍ଟ ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହାଇକୋର୍ଟରୁ ସର୍ତମୂଳକ ଜାମିନ ମିଳିଥିଲା । ରାୟରେ ୫୦ ହଜାର ଟଙ୍କା ଜୋରିମାନା ସହ ୨ ଜଣ ଜାମିନଦାରଙ୍କ ବଦଲରେ ତାଙ୍କୁ ଜାମିନ ମିଳିଥିଲା। ପୂର୍ବରୁ ଜୁଡ଼ୋ କୋଚ୍ ବିରଞ୍ଚି ଦାସଙ୍କ ହତ୍ୟା ସମ୍ବନ୍ଧିତ ସମସ୍ତ ମାମଲାରେ ଆଚାର୍ଯ୍ୟଙ୍କୁ ଜାମିନ ମିଳିସାରିଥିବାରୁ ସେ ଜେଲରୁ ମୁକୁଳିଥିଲେ।

ସୂଚନାଯୋଗ୍ୟ, ୨୦୦୮ ଏପ୍ରିଲ ୧୩ରେ ଜୁଡୋ କୋଚ ବିରଞ୍ଚି ଦାସଙ୍କୁ ହତ୍ୟା କରାଯାଇଥିଲା।  ଏହି ମାମଲାରେ ପୋଲିସ  ରାଜାଙ୍କୁ ୨୦୦୮  ମେ’ ମାସ ୨୮ ତାରିଖରେଗୋଆରୁ ଗିରଫ କରିଥିଲା। ପରେ ୨୦୧୧ ମସିହାରେ ଭୁବନେଶ୍ୱର ଜିଲ୍ଲା ଦୌରାଜଜ୍ କୋର୍ଟରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଆଲବମ୍ ଅଭିନେତ୍ରୀ ଲେସଲିଙ୍କ ସହିତ ଏକତରଫା ପ୍ରେମ ସମ୍ପର୍କକୁ ନେଇ ରାଜା ଜୁଡୋ କୋଚ୍ ବିରଞ୍ଚି ଦାସଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।