Home > ଅପରାଧ
ମୋର ବଳାତ୍କାର ହୋଇଛି, ବାଙ୍କି ପୋଲିସ କଥା ବଦଳାଇବା କହି ମୋତେ ମାଡ଼ ମାରିଛନ୍ତି
Khabar Odisha:crime-odisha-rape-victim-alleged-against-banki-police
ବାଙ୍କି,ନଭେମ୍ବର୦୫(ଖବର ଓଡ଼ିଶା):

 ରାଜ୍ୟ ସରକାରଙ୍କ ୫ଟି ଯୋଜନା ଓ ଆଦର୍ଶ ଥାନା ଯୋଜନା ପ୍ରଣୟନର ପରେ ମଧ୍ୟ ଅନେକ ଥାନାରେ ଥାନାବାବୁଙ୍କ ଆଚାର ବ୍ୟବହାର ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସିନଥିବା ଦେଖିବାକୁ ମିଳିଛି। ଏହାର ନଗ୍ନ ଚିତ୍ର କଟକ  ଜିଲ୍ଲା ଅନ୍ତର୍ଗତ ବାଙ୍କି ପୋଲିସ ଥାନାରେ ଦେଖିବାକୁ ମିଳିଛି। ପୋଲିସ ବିରୋଧରେ ଦୁଷ୍କର୍ମ ପୀଡ଼ିତା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।  ଅପହରଣ ପରେ ଉଦ୍ଧାର ଜଣେ ଯୁବତୀ ଚାଞ୍ଚଲ୍ୟକର ବୟାନ ଦେଇ ବାଙ୍କି ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। 

ମୋର ବଳାତ୍କାର  ହୋଇଛି, ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପୋଲିସ କଥା ବଦଳାଇବାକୁ ମୋ ଉପରେ ଚାପ ପକାଇବା ସହ ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା। ନ୍ୟାୟ ଦେବା ବଦଳରେ ପୋଲିସ ଏଠାରେ ମାମଲା ଚାପି ଦେଉଥିବା ଅଭିଯୋଗ ହୋଇଛି। 

୨ ଦିନ ତଳେ ଅପହୃତ ଓ ପରେ ଉଦ୍ଧାର ଯୁବତୀ କହିଛନ୍ତି ଯେ, ପାଣି ପାଇଁ ଯିବା ବେଳେ ପୂର୍ବରୁ ଛକି ରହିଥିବା ୫ ଜଣ ମୋତେ ଜବରଦସ୍ତି ଉଠାଇ ନେଇ ବିଲ ମଝିକୁ ନେଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବଳାତ୍କାର କରିଥିବା ବେଳେ ବାକି ୪ ଜଣ ସେଠାରେ ଥିଲେ। ପରେ ଟ୍ରେନରେ ସୁରତ ନେବାକୁ କହି  ଜଟଣୀ ଷ୍ଟେସନ ନେଇଥିଲେ। ମାତ୍ର ଟ୍ରେନ ଛାଡ଼ି ଦେଇଥିଲା। 

ଦୁର୍ବୃତ୍ତଙ୍କ କବଳରୁ କୌଶଳ କ୍ରମେ ଖସି  ଖୋର୍ଦ୍ଧା ବ୍ରିଜରୁ ଓଟ ଧରି ମାମୁ ଘରକୁ ପଳାଇଥିଲି। ପୋଲିସ ସେଠୁ ଆଣି ଥାନାରେ ମୋତେ ମାଡ଼ ମାରିଛନ୍ତି। ସେମିତି କିଛି ହୋଇନି ବୋଲି କହିବାକୁ କହି ପୋଲିସ  ମୋ ଉପରେ ଚାପ ପକାଇଛନ୍ତି। ଏହା ସହିତ ବୟାନ ବଦଳାଇବାକୁ କହି ପୋଲିସ ପିଟିଥିବା ବାଙ୍କୀ ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୀଡ଼ିତା। ତାଙ୍କୁ ନ୍ୟାୟ ଦିଆଯାଉ ବୋଲି ପୀଡ଼ିତା ଦାବି କରିଛନ୍ତି।