Home > ଅପରାଧ
ପୁରୀ ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଭାଗୁ ଗୁରୁତର
Khabar Odisha:dreaded-criminal-bhagu-injure-in-puri-police-encounter
ପୁରୀ, ଅକ୍ଟୋବର ୧୮ (ଖବର ଓଡ଼ିଶା):

ପୁରୀ ଜିଲ୍ଲା ପିପିଲି ନକଟସ୍ଥ ତାରକାଜ ଛକ ଓଭରବ୍ରିଜ୍‌ ନିକଟରେ ପୋଲିସ ଏନ୍‌କାଉଣ୍ଟର କରିଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ ଭାଗୁ ଗୁରୁତର ହୋଇଛି । ତା’  ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ପ୍ରଥମେ ପିପିଲି ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

ଭାଗୁ ଦୀର୍ଘ ବର୍ଷ ହେବ ପୁରୀ ପୋଲିସର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିଲା । ତାକୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଥିଲା । ଗତକାଲି ବିଳମ୍ବିତ ରାତିରେ ସେ ନିମାପଡ଼ାରୁ ଆସୁଥିବା ଖବର ପାଇ ପୋଲିସ ଧରିବାକୁ ଜାଲ ବିଛାଇଥିଲା । ତାଳବଣିଆ ଫାଣ୍ଡି ଅଧିକାରୀପିପିଲି  ପୋଲିସ ତାରଜାକ ଓଭରବ୍ରିଜକୁ ନାକାବନ୍ଦୀ କରିଥିଲେ । ଏହାପରେ ଭାଗୁକୁ କାବୁ କରିଥିଲେ । ଭାଗୁ ପ୍ରଥମେ ପୋଲିସ ଉପରକୁ ଗୁଳି କରି ଖସି ଯିବାକୁ ଚେଷ୍ଟା କରିଥିଲା । ମାତ୍ର ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଯାଇଥିଲା । ତାକୁ ପ୍ରଥମେ ପିପିଲି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ କଟକ ସ୍ଥାନାନ୍ତର କରାଯାଇଛି । ତା ନିକଟରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ , ଗୁଳି ଓ ବାଇକ୍‌ ଜବତ କରାଯାଇଛି ।

ଭାଗୁ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ହେବ ଅପରାଧିକ ଦୁନିଆରେ ସକ୍ରିୟ ରହିଛି । ୨୦୦୪ ମସିହାରୁ ତା ନାଁରେ ବହୁ ସଙ୍ଗୀନ ମାମଲା ରହିଛି । ବିଭିନ୍ନ ଥାନାରେ ତା’ ନାଁରେ ଏକାଧିକ ଅପରାଧିକ ମାମଲା ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି ।

  • Tags: