Home > ଅପରାଧ
ଯୁବକଙ୍କୁ ଘରୁ ଡାକିନେଇ ଗୁଳି ଓ ବୋମା ମାଡ଼, ଘଟଣା ସ୍ଥଳରେ ମୃତ୍ୟୁ
Khabar Odisha:miscreants-fire-on-a-youth-in-banki
କଟକ, ଅକ୍ଟୋବର ୧୯ (ଖବର ଓଡ଼ିଶା):

କଟକ ଜିଲ୍ଲା ବାଙ୍କି ମଧୁଆପଲ୍ଲୀ ମଠ ନିକଟରେ ବୋମା ଓ ଗୁଳିମାଡ ହୋଇଛି । ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ହୋଇଛି ।  ମୃତକ ଜଣକ ହେଲେ ଫତେଗଡ଼ ମଣିପୁର ଗାଁର ଅର୍ଜୁନ ବଳିଆରସିଂହ । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୭ରୁ ୮ ଜଣ ଦୁବୃର୍ତ୍ତ ଅର୍ଜୁନଙ୍କୁ ଘରୁ ନେଇ ଆସିଥିଲେ । ଘରଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଅର୍ଜୁନ ଉପରକୁ ଗୁଳିମାଡ କରି ହତ୍ୟା କରିବା ସହିତ ବୋମା ମାଡ଼ ମଧ୍ୟ କରିଥିଲେ । ଏହା ପରେ ଘଟଣା ସ୍ଥଳରେ ହିଁ ସେ ପ୍ରାଣ ହରାଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରି ତଦନ୍ତ କରୁଛି ।

  • Tags: