Home > ଅପରାଧ
ମଦ ବ୍ୟବସାୟରୁ ଆକ୍ରମଣ, ଜଣେ ମୃତ, ୩ ଗୁରୁତର
Khabar Odisha:murder-due-to-liquor
ବରଗଡ଼, ଅକ୍ଟୋବର ୯ (ଖବର ଓଡ଼ିଶା):

ବରଗଡ଼ ସୋହେଲାରେ ମଦ କିଣାବିକାକୁ ନେଇ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମଦ ବ୍ୟବସାୟୀଙ୍କ ଭୁଜାଲି ଚୋଟରେ ଜଣଙ୍କର ମୃତ୍ୟ ହୋଇଛି । ସେ ହେଲେ ଛତିଶଗଡ଼ର ସଞ୍ଜୀବ ପ୍ରଧାନ । ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସୋହେଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ରାତିରେ ସୋହେଲା ବଜାରରେ ରାବଣ ପୋଡ଼ି ଚାଲିଥିବା ମଦ କିଣାବିକାକୁ ନେଇ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମଦ ବ୍ୟବସାୟୀ ଜଣକ ଭୁଜାଲିରେ ଆକ୍ରମଣ କରିଥିଲେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ଅଛନ୍ତି । ମୃତକ ଛତିଶଗଡ଼ର ସଞ୍ଜୀବ ପ୍ରଧାନ । ଅନ୍ୟ ଗୁରୁତର ତିନି ଜଣଙ୍କୁ ସୋହେଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

  • Tags: