Home > ଅପରାଧ
ଚାଞ୍ଚଲ୍ୟ: ଦ୍ଵିନ ଦ୍ଵିପ୍ରହରରେ ଅଫିସରେ ପଶି ହିନ୍ଦୁ ମହାସଭାର ପୂର୍ବତନ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ କଏଦ ଅଭିଯୁକ୍ତ
Khabar Odisha:national-odisha-hindu-samaj-party-leader-kamlesh-tiwari-murdered-in-broad-daylight-in-lucknow
ଲକ୍ଷ୍ନୌ,ଅକ୍ଟୋବର୧୮(ଖବର ଓଡ଼ିଶା):

ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ହିନ୍ଦୁ ସମାଜ ପାର୍ଟିର ପୂର୍ବତନ ଅଧ୍ୟକ୍ଷ କମଲେଶ ତିଓ୍ଵାରୀଙ୍କୁ ଦିନ ଦ୍ଵିପ୍ରହରରେ ହତ୍ୟା କରାଯାଇଛି। କମଲେଶଙ୍କୁ ତାଙ୍କ ଅଫିସରେ ଛୁରିରେ ତଣ୍ଟି କାଟି ହତ୍ୟା କରାଯାଇଛି। ତଣ୍ଟି କାଟିବା ପୂର୍ବରୁ ତାଙ୍କୁ ଗୁଳି କରାଯାଇଛି। କୁହାଯାଉଛି ଯେ ଅଭିଯୁକ୍ତମାନେ କମଲେଶଙ୍କୁ ତାଙ୍କ ଘରେ ସ୍ଥିତ ଅଫିସରେ ଭେଟିଥିଲେ ଏବଂ ଏକାଠି ଚା ମଧ୍ୟ ପିଇଥିଲେ। ଏହି ସମୟରେ ମିଠା ଡବାରେ ଛୁରି ନେଇ ଆସିଥିଲେ ଏବଂ ଘଟଣା ଘଟାଇ ଫେରାର ମାରିଥିଲେ। ସିସିଟିଭି ଫୁଟେଜରେ ଅଭିଯୁକ୍ତଙ୍କୁ ଦେଖିବାକୁ ମିଳିଛି।

ଗୁରୁତର ଅବସ୍ଥାରେ ପରିଜନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠି ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାର କାରଣ ଏ ଯାଏ ସ୍ପଷ୍ଟ ହୋଇନି। ଡାକ୍ତରଙ୍କ ମୁତାବକ ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମାମଲାର ତଦନ୍ତ ଆରମ୍ଭ କରି ଦେଇଛି।

ସୂଚନା ଅନୁସାରେ କମଲେଶ ତିଓ୍ଵାରୀଙ୍କ ଖୁର୍ସିଦ ବାଗ ସ୍ଥିତ ଅଫିସକୁ ଦୁଇ ଜଣ ଲୋକ ଆସିଥିଲେ। ସେମାନେ ମିଠା ଡବାରେ ଛୁରି ନେଇ ଆସିଥିଲେ। ଉଭୟ କମଲେଶଙ୍କୁ ଦେଖା କରିଥିଲେ ଏବଂ ଚା ମଧ୍ୟ ପିଇଥିଲେ। ଏହା ପରେ ତାଙ୍କ ଉପରେ ଗୁଳି ଚଳାଇଥିଲେ ଯାହା ଶରୀରରେ ବାଜି ନଥିଲା। ଏହା ପରେ ଅଭିଯୁକ୍ତମାନେ ଛୁରିରେ ତାଙ୍କ ବେକ୍ କାଟିବା ସହିତ ଶରୀରର ଅନେକ ଜାଗାରେ ଛୁରା ମାଡ଼ କରିଥିଲେ। 

ଅଭିଯୁକ୍ତ ତିଓ୍ଵାରୀଙ୍କୁ ଭେଟିବା ପୂର୍ବରୁ ତାଙ୍କୁ ଫୋନ ମଧ୍ୟ କରିଥିଲେ। ବର୍ତ୍ତମାନ ପୋଲିସ ଉକ୍ତ ନମ୍ବରକୁ ଟ୍ରାକିଂ କରି ଅଭିଯୁକ୍ତଙ୍କ ସନ୍ଧାନ କରୁଛି। ଏହା ବ୍ୟତୀତ ପୋଲିସ କମଲେଶଙ୍କ ସହିତ ରହୁଥିବା ଜଣେ ଚାକରଙ୍କୁ ମଧ୍ୟ ପଚରା ଉଚୁରା କରୁଛି। 

କୁହାଯାଉଛି ଯେ, କମଲେଶଙ୍କ ସୁରକ୍ଷା ପାଇଁ ଜଣେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା। ମାତ୍ର ଘଟଣା ସମୟରେ ସୁରକ୍ଷାକର୍ମୀ ଉପସ୍ଥିତ ନଥିଲେ। ଏହା ବ୍ୟତୀତ ପୋଲିସକୁ ସିସିଟିଭି ଫୁଟେଜ୍ ମଧ୍ୟ ମିଳିଛି, ଯେଉଁଥିରେ ଦୁଇ ଅଭିଯୁକ୍ତ ହତ୍ୟାକାଣ୍ଡ ଘଟାଇ ବାଇକରେ ଫେରାର ହେଉଥିବା ଦେଖିବାକୁ ମିଳିଛି। କମଲେଶ ତିଓ୍ଵାରୀ ସୀତାପୁରରେ ନିଜର ପୈତୃକ ଜମିରେ ଗୋଡ଼ସେଙ୍କ ମନ୍ଦିର ନିର୍ମାଣ କରିବାକୁ ଘୋଷଣା କରିଥିଲେ। 

ଏହା ବ୍ୟତୀତ କମଲେଶ ତିଓ୍ଵାରୀ ରାମ ଜନ୍ମଭୂମି ମାମଲାରେ ସୁପ୍ରିମକୋର୍ଟରେ କିଛି ଦିନ ପର‌୍ୟ୍ୟନ୍ତ ହିନ୍ଦୁ ମହାସଭା ପକ୍ଷରୁ ପକ୍ଷକାର ମଧ୍ୟ ଥିଲେ। କମଲେଶ ତିଓ୍ଵାରୀ ଏକ ଧର୍ମବିଶେଷ ଉପରେ ବିବାଦୀୟ ବୟାନ ଦେଇ ବିବାଦରେ ରହିଥିଲେ।