Home > ଅପରାଧ
ଗଜପତି ପୋଲିସକୁ ସଫଳତା, ନିଖୋଜର 10 ଦିନ ପରେ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲା ନବଜାତ ଶିଶୁ
Khabar Odisha:new-born-baby-rocover-by-Gajapati-police-In-andhrapradesh
ଗଜପତି, ମାର୍ଚ୍ଚ ୨୯ (ଖବର ଓଡ଼ିଶା):

ଗତ 21 ତାରିଖ ଦିନ ଗଜପତି ଜିଲ୍ଲା ମୁଖ୍ୟ ଚିତ୍କିତ୍ସାଳୟରୁ ଚୋରି ହୋଇଯାଇଥିବା 4 ଦିନର ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କଲା ଜିଲ୍ଲା ପୋଲିସ। ଦୀର୍ଘ ଦଶ ଦିନ ପରେ ଚୋରି ହୋଇଥିବା ଶିଶୁକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । 

ତେବେ ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁ ପୁତ୍ରକୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରୁ ଉଦ୍ଧାର କରାଯାଇଛି ଏହା ସହ ଶିଶୁ ଚୋରି ଘଟଣାରେ ସାମିଲ ଥିବା ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ଗଜପତି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ 21 ତାରିଖ ଦିନ ଦ୍ୱିପ୍ରହରର ସମୟରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରୁ ଜଣେ ଅଜଣା ମହିଳା ଶିଶୁ ପୁତ୍ରଟିକୁ ଧରି ଫେରାର ହୋଇଯାଇଥିଲା। ଦୁଇ ଜଣ ମହିଳା ଶିଶୁକୁ ବ୍ୟାଗରେ ଭରି ଚମ୍ପଟ ମାରୁଥିବା ସିସି ଫୁଟେଜରେ କଏଦ ହୋଇଥିଲା, ସିସି ଟିଭି ଫୁଟେଜକୁ ଆଧାରରେ ତଦନ୍ତ କରି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରୁ ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ ।

  • Tags: