Home > ଅପରାଧ
ନିଖୋଜ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
Khabar Odisha:state-odisha-crime-2-dead-body-of-missing-student-found-in-jagatpur-ccuttack
କଟକ, ମେ ୧୫(ଖବର ଓଡିଶା):

କଟକ ଜିଲ୍ଲା ଜଗତପୁର ଶିଳ୍ପାଂଚଳରୁ ୨ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ଗତ ୨ଦିନ ହେଲା ନିଖୋଜ ଥିବା ଅଭିଯୋଗ ହୋଇଥିଲା ।

ଗତ୧୩ ତାରିଖରେ ୨ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ  । ବହୁ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କ ଟେର୍ ମିଳିନଥିଲା । ମୋବାଇଲ ମଧ୍ୟ ସ୍ୱିଚଅଫ୍ ଥିଲା । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ଜଗତପୁର ଅଂଚଳରୁ ଏହି ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ଜଗତପୁର ଫାଣ୍ଡି ନିକଟରୁ ଏମାନଙ୍କ ସ୍କୁଟି ଉଦ୍ଧାର ହୋଇଥିଲା  । ତେବେ ଏମାନଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରିଛି କମିଶନରେଟ ପୋଲିସ ।

ସୂଚନାଯୋଗ୍ୟ କି, ୨ଟି ଭିନ୍ନ ଭିନ୍ନ କଲେଜରେ ପଢୁଥିବା ଏହି ଛାଟ୍ରଦ୍ୱୟ ଗୋଟିଏ ହଷ୍ଟେଲରେ ରହୁଥିଲେ ।

  • Tags: