Home > ଅପରାଧ
ପୁଅ ସାଜିଲା ଜହ୍ଲାଦ, ଜନ୍ମଦାତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
Khabar Odisha:state-odisha-crime-man-murder-his-father-in-nuapada
ନୂଆପଡା, ଜୁଲାଇ ୧୧(ଖବର ଓଡିଶା):

ନୂଆପଡା ଖରିଆର ଥାନା ଅନ୍ତର୍ଗତ ଝରାବାହାଲପଡା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ପାରିବାରିକ କଳହରୁ ପୁଅ ନିଜର ଜନ୍ମଦାତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ।

ଆଜି ସକାଳେ କୌଣସୀ କାରଣରୁ ଝରାବାହାଲ ଗ୍ରାମର ଏକ ଘରେ ରହୁଥିବା ବାପା ଏବଂ ପୁଅ ମଧ୍ୟରେ କଳହ ଲାଗିଥିଲା । ତେବେ ଏଥିରେ ଉତକ୍ଷିପ୍ତ ହୋଇ ପୁଅ ବାପାକୁ ଟାଙ୍ଗିଆରେ ହାଣି ପକାଇଥିଲା । ଫଳରେ ଟାଙ୍ଗିଆ ଚୋଟରେ ବାପାଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ନକୁଳ ବନଛୋର । ଏହି କାଣ୍ଡ ଭିଆଇଥିବା ପୁଅ ହେଉଛନ୍ତି ପୂର୍ଣ୍ଣ ବନଛୋର । ହତ୍ୟା କରିବା ପରେ ପୂର୍ଣ୍ଣ ଫେରାର ହୋଇଯାଇଛି ।  ଅଭିଯୁକ୍ତ ପୁଅକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

  • Tags: