Home > ଅପରାଧ
ଅନ୍ଧବିଶ୍ଵାସର ଅନ୍ଧଗଳିରେ ମଣିଷ, ବାଲି ତଳୁ କଟା ମୁଣ୍ଡ ଉଦ୍ଧାର, ଗୁଣି ସନ୍ଦେହ
Khabar Odisha:state-odisha-witchcraft-in-mohana
ମୋହନା, ନଭେମ୍ଵର ୧୪ (ଖବର ଓଡିଶା) :

ପୁଣି ଅନ୍ଧବିଶ୍ଵାସର ଅନ୍ଧଗଳିରେ ମଣିଷ। ମୋହନାରେ ଅନ୍ଧବିଶ୍ଵାସର ଏକ ଅଭାବନୀୟ ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି। ଆଜି ଜଣେ ବୃଦ୍ଧଙ୍କ କଟାମୁଣ୍ଡ ମେରମା ସୌରା ସାହି ଗାଁ ନିକଟରୁ ଉଦ୍ଧାର କରାଯାଇଛି। ପୁଲିସ ୨ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି। 

ସୂଚନାନୁସାରେ, ଆଜି ମେରମା ସୌରା ସାହି ଗାଁ ନିକଟରୁ ଜଣେ ବୃଦ୍ଧଙ୍କ କଟା ମୁଣ୍ଡ ଉଦ୍ଧାର କରାଯାଇଛି। ଗାଁ ନିକଟ ନାଳର ବାଲି ତଳୁ କଟାମୁଣ୍ଡ ସହ ହତ୍ୟାରେ ବ୍ୟବହୃତ କଟୁରୀ ପୋଲିସ ଜବତ କରିଛି। ଗତ କାଲି ଭାଲିଆ ସାହି ଜଙ୍ଗଲରୁ ବୃଦ୍ଧଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର ହୋଇଥିଲା। ତେବେ ମୁଣ୍ଡଗଣ୍ଡି ଅଲଗା ଅଲଗା ମିଳିଥିବା କାରଣରୁ ଗୁଣି ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ଅଟକ ୨ ଜଣଙ୍କ ନିକଟରୁ ସୂଚନା ପାଇ ପୁଲିସ ମୃତ ବୃଦ୍ଧଙ୍କ ମୁଣ୍ଡଗଣ୍ଡି ଉଦ୍ଧାର କରିଛି।