For English Prss ctrl+g
Khabar Odisha:Education-Odisha-Students-of-Utkal-University-stage-protest-gherao-vice-chancellor-over-several-issues-including-mismanagement-at-hostels

୧୦ଦଫା ଦାବୀ ନେଇ ବାଣିବିହାରରେ ତାତିଲେ ଛାତ୍ରଛାତ୍ରୀ, କୁଳପତିଙ୍କ ଅଫିସରେ ତାଲା

ଭୁବନେଶ୍ୱର, ସେପ୍ଟେମ୍ବର ୧୬(ଖବର ଓଡ଼ିଶା): ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି । ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସ୍ଥାନାନ୍ତର ସମେତ ୧୦ଦଫା ଦାବୀ ନେଇ ଧାରଣାରେ ବସିବା ସହ କୁଳପତିଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଉତ୍ୟକ୍ତ ଛାତ୍ରଛାତ୍ରୀ । ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ମୁତୟନ କରାଯାଇଛି ।

ଖବର ଓଡ଼ିଶା 16/09/2019
Khabar Odisha:State-Education-Odisha-SchooSpecial-squad-constituted-by-Khurda-district-administration-conducts-inspection-of-weight-of-school-bags-in-two-private-schools-in-Bhubaneswar

ବସ୍ତାନି ବୋଝକୁ ନେଇ ଦେଖାଦେଇଛି ତତ୍ପରତା, ଭୁବନେଶ୍ୱରରେ ସ୍କୁଲ ବ୍ୟାଗ ଓଜନ ଯାଂଚ କରୁଛନ୍ତି ସ୍ୱତନ୍ତ୍ର ସ୍କ୍ୱାର୍ଡ଼

ବୟସ କମ ଥିବା ବେଳେ ସ୍କୁଲ ବ୍ୟାଗର ଓଜନ ପିଲାଙ୍କ ଓଜନ ଠାରୁ ଅଧିକ ହୋଇ କୋମଳମତି ସେମାନଙ୍କ ପାଇଁ ବୋଝ ସାଜୁଛି । ସ୍କୁଲ ପିଲାଙ୍କ ବସ୍ତାନି ବୋଝ ନେଇ ଆରମ୍ଭ ହୋଇଛି ତତ୍ପରତା । ଆଜି ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ପହଂଚି ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ପରଖୁଥିବା ଜଣାପଡ଼ିଛି ।

ଖବର ଓଡ଼ିଶା 11/09/2019
Khabar Odisha:Education-State-Odisha-School-bag-Weight-rule-not-obeying-by-all-Schools

ସବୁ ସ୍କୁଲରେ କାର୍ଯ୍ୟକାରୀ ହୋଇନି ବସ୍ତାନି ବୋଝ ଆଇନ, କ୍ଷୁବ୍ଧ ହେଲେ ହାଇକୋର୍ଟ

କଟକ, ସେପ୍ଟେମ୍ବର ୦୬ (ଖବର ଓଡିଶା) : ସ୍କୁଲରେ ବସ୍ତାନି ବୋଝ ନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ନୂଆ ନିୟମ ଲାଗୁ କରିବାକୁ ମାସେ ପୂରିଲାଣି । କିନ୍ତୁ କୈାଣସି ମଧ୍ୟ ବିଦ୍ୟାଳୟରେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । ଏନେଇ କ୍ଷୁବ୍ଧ ହୋଇଛନ୍ତି ହାଇକୋର୍ଟ ।

ଖବର ଓଡ଼ିଶା 06/09/2019
Khabar Odisha:state-odisha-mismanagement-in-mid-day-meal-of-gopalpur-primary-school

ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ପ୍ରତି ଉପହାସ, ମଧ୍ୟାହ୍ନ ଭୋଜନରେ ଅନିୟମିତତା, ପ୍ରଶ୍ନ କରିବାରୁ ସ୍କୁଲରୁ ତଡିଦେଲେ ପ୍ରଧାନଶିକ୍ଷକ

ଭୁଷୁଡିବାରେ ଲାଗିଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା । ମଧ୍ୟାହ୍ନ ଭୋଜନର ଅନିୟମିତତା ନେଇ ଅଭିଭାବକ ପ୍ରଶ୍ନ କରିବାରୁ ଏଠି ପିଲାମାନଙ୍କୁ ପ୍ରଧାନଶିକ୍ଷକ ବିଦ୍ୟାଳୟରୁ ବାହାର କରି ଦେଉଛନ୍ତି । ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ୨ଜଣ ଅଭିଭାବକ ମଧ୍ୟାହ୍ନ ଭୋଜମକୁ ନେଇ ପ୍ରଶ୍ନ କରିବାରୁ ଆଜକୁ ବର୍ଷେ ହେଲା ତାଙ୍କର ୪ଜଣ ପିଲା ଶିକ୍ଷାରୁ ବଞ୍ଚିତ ଅଛନ୍ତି । ସେହି ସମୟରେ ସ୍କୁଲର ପ୍ରଧାନଶିକ୍ଷକ ତାଙ୍କ ବିରୋଧରେ ଏକ ଉଦ୍ଦେଶ୍ୟମୂଳକ ଷଡଯନ୍ତ୍ର ବୋଲି କହିଛନ୍ତି । ତେବେ ଏଠି ଭୁଲ କାହାର ।

ଖବର ଓଡ଼ିଶା 04/09/2019
Khabar Odisha:Education-National-Odisha-ugc-plan-to-introduce-4-year-graducation-syllabus-to-take-direct-admission-in-phd

ଏଣିକି ଗ୍ରାଜୁଏସନ ୩ବର୍ଷ ନୁହେଁ ୪ବର୍ଷ ! ଏହାପରେ ସିଧାସଳଖ କରିହେବ ପିଏଚଡି

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୪(ଖବର ଓଡ଼ିଶା): ସ୍ନାତକ ଅର୍ଥାତ ଗ୍ରାଜୁଏସନ ପଡ଼ିବାକୁ ଯାଉଥିବା ପିଲାଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ଖବର । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ଖୁବ ଶୀଘ୍ର ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିପାରେ । ୟୁଜିସି ଗ୍ରାଜୁଏସନ ୩ବର୍ଷିଆ ପାଠ୍ୟକ୍ରମର ଅବଧି ବୃଦ୍ଧି କରି ୪ବର୍ଷ କରିବ ଯାହା ଦେଶର ସବୁ ବିଶ୍ୱବିଦ୍ୟାଳୟରେରେ ଲାଗୁ କରାଯିବ ।

ଖବର ଓଡ଼ିଶା 04/09/2019
Khabar Odisha:Education-Odisha-Plus-two-and-plus-three-Exam-will-conduct-in-Correct-time-Said-by-higher-Education-Minister

ଏଣିକି ଠିକ ସମୟରେ ସ୍ନାତକ ଓ ସ୍ନାତକତ୍ତୋର ପରୀକ୍ଷା ହେବ, ମୂଲ୍ୟାୟନ କେନ୍ଦ୍ର ଓ ପ୍ରଶ୍ନ ପତ୍ର ସେଟ୍ ବି ବଢିବ: ଅରୁଣ ସାହୁ

ଭୁବନେଶ୍ୱର, ଅଗଷ୍ଟ ୨୯(ଖବର ଓଡ଼ିଶା): ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଉଚ୍ଚଶିକ୍ଷା ବିଭାଗର ପରୀକ୍ଷା ଠିକ ସମୟରେ ସାରିବାକୁ ନିଷ୍ପତି ନିଆଯାଇଥିବା ସହ ମୂଲ୍ୟାୟନକାରୀଙ୍କ ପାଉଣା ବଢାଯିବ ବୋଲି ବୈଠକ ଶେଷ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ଖବର ଓଡ଼ିଶା 28/08/2019
Khabar Odisha:Education-Odisha-increment-closed-of-headmaster-those-school-have-poor-result-in-matric

କାର୍ଯ୍ୟାନୁଷ୍ଠାନ: ମାଟ୍ରିକରେ ଖରାପ ରେଜଲ୍ଟ କରିଥିବା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ଇନକ୍ରିମେଣ୍ଟ ବନ୍ଦ

ଏବେ ବନ୍ଦ ହେବ ପ୍ରଧାନ ଶିକ୍ଷକଙ୍କ ଇନକ୍ରିମେଣ୍ଟ। ମାଟ୍ରିକରେ ରେଜଲ୍ଟ ଖରାପ କରିଥିବା ସ୍କୁଲ ଉପରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସ୍କୁଲ ହେଡମାଷ୍ଟରଙ୍କ ଦରମା ବୃଦ୍ଧି ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ...

ଖବର ଓଡ଼ିଶା 27/08/2019
Khabar Odisha:state-odisha-2-teacher-suspended-at-jaguleipatana-up-school

କର୍ତ୍ତବ୍ୟରେ ଖିଲାପ କରି ୨ ଶିକ୍ଷକ ନିଲମ୍ବିତ

ଅନୁପସ୍ଥିତତା ନେଇ ଆଜି ୨ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଖୋର୍ଦ୍ଧା ଜାଗୁଳେଇପାଟଣା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ଅଧୀକାରୀ ନିଲମ୍ବିତ କରିଛନ୍ତି ।

ଖବର ଓଡ଼ିଶା 26/08/2019
Khabar Odisha:Education-State-Odisha-Protesting-cancellation-of-Students-Union-Election-by-Odisha-government-students-of-Khallikote-college-stage-dharna-by-locking-the-main-gate-of-the-college

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ଖଲିକୋଟ କଲେଜରେ ଛାତ୍ର ଅଶାନ୍ତି

ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରସଙ୍ଗକୁ ପ୍ରତିବାଦ କରି ଖଲ୍ଲିକୋଟ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଉତ୍ୟକ୍ତ ଛାତ୍ରଛାତ୍ରୀ କଲେଜ ଫାଟକରେ ତାଲା ପକାଇ ଧାରଣାରେ ବସିବାରୁ ସେଠାରେ ଏକ ପ୍ର୍ରକାର ଅଶାନ୍ତକର ପରିବେଶ ସୃଷ୍ଟି ହୋଇଛି ।

ଖବର ଓଡ଼ିଶା 24/08/2019
Khabar Odisha:Eduaction-Odisha--19247-students-applied-for-KALIAScholarship-7258-applicants-will-get

୭,୨୫୮ ପିଲାଙ୍କୁ ମିଳିବ କାଳିଆ ଛାତ୍ରବୃତ୍ତି : ଅରୁଣ ସାହୁ

ରାଜ୍ୟରେ ଅଧିକାଂଶ ଲୋକ ନିଜର ତଥା ପରିବାର ଚଳାଇବା ପାଇଁ ଚାଷ ଉପରେ ନିର୍ଭର କରୁଛନ୍ତି । ତେଣୁ ଶିକ୍ଷା ଓ କୃଷିକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ହିାଧିକାରୀଙ୍କ ପିଲାଙ୍କ ଉଚ୍ଚ ଶିକ୍ଷା ଖର୍ଚ୍ଚ ବହନ ପାଇଁ କାଳିଆ ଛାତ୍ରବୃତ୍ତି କରିଛନ୍ତି ।

ଖବର ଓଡ଼ିଶା 22/08/2019
Khabar Odisha:Education-Odisha-Plus-two-and-plus-three-will-separate-from-one-college

କଲେଜରେ ଏକାଠି ମିଶି ଥିବା ଯୁକ୍ତ ୩ ଓ ଯୁକ୍ତ ୨କୁ ଅଲଗା କରାଯିବ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ଅଗଷ୍ଟ ୨୨(ଖବର ଓଡ଼ିଶା): ଏଣିକି ଗୋଟିଏ କଲେଜରେ ଯୁକ୍ତ ୩ ସହ ରହିବନି ଯୁକ୍ତ ୨ । ନୂତନ ନିଯୁକ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ନିୟମ ଲାଗୁ କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି ।

ଖବର ଓଡ଼ିଶା 22/08/2019
Khabar Odisha:national-odisha-aarohan-foundation-school-prayagraj

କୁହନ୍ତି ଶିକ୍ଷା ବାଣ୍ଟିଲେ ବଢେ, ପକେଟ୍ ମନିରୁ ସ୍କୁଲ ଆରମ୍ଭ କରିଥିଲେ ସୌରଭ, ଏବେ ୩୦ଗରୀବ ଶିଶୁ ଅଧ୍ୟୟନରତ

ଶିକ୍ଷା ପ୍ରତ୍ୟେକ ସ୍ଥିତିକୁ ସାମ୍ନା କରିବାକୁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର । ଯାହାକୁ ଆପଣ ଦୁନିଆ ପରିବର୍ତ୍ତନ କରିବା ପାଇଁ ଉପଯୋଗ କରି ପାରିବେ । ନେଲସନ ମେଣ୍ଡେଲାଙ୍କ ଏହି ଉକ୍ତିର ବହୁ ମହତ୍ୱ ରହିଛି । ଏହାକୁ ଗୁରୁତ୍ୱ ଦେଇ ଭାରତ ସରକାର ୨୦୦୧-୨ରେ ସର୍ବଶିକ୍ଷା ଅଭିଯାନ ଆରମ୍ଭ କରିଥିଲେ । ୨୦୦୯-୧୦ରେ ଏହି ଅଧିନିୟମ ପାରିତ ହୋଇଥିଲା । ଏହି ଅଧିନିୟମ ଅନ୍ତର୍ଗତ ୬ରୁ ୧୪ବର୍ଷର ପ୍ରତ୍ୟେକ ଶିଶୁକୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବା ନିୟମ ରହିଛି । ତେବେ ସରକାର ଏଭଳି ବହୁ ଜନକଲ୍ୟାଣକାରୀ ଯୋଜନା ଆଣୁଥିଲେ ମଧ୍ୟ ତୃଣମୂଳ ସ୍ତରରେ ଲୋକମାନଙ୍କ ନିକଟରେ ଏସବୁ ଯୋଜନା ଅପହଁଚ ରହିଛି । ଦୁଇ ଓଳା ଦୁଇ ମୁଠା ଖାଇବାକୁ ପାଉ ନଥିବା ପିଲାଙ୍କ ପାଇଁ ଶିକ୍ଷା ବହୁ ଅନତି ଦୂରରେ ରହିଛି । ଆଜି ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଶିକ୍ଷା ଅପହଁଚ ରହିଛି । ଏଭଳି ସ୍ଥିତିରେ ଅବହେଳିତ ଅବସ୍ଥାରେ ଥିବା ସେହି ଲୋକମାନଙ୍କୁ ସେମାନଙ୍କ ଅଧୀକାର ସମ୍ପର୍କରେ ବୁଝାଇ ସେମାନଙ୍କୁ ଏହି ଯୋଜନା ଆଧାରରେ ସମାଜରେ ଆଗ ଧାଡିକୁ ଆଣିବାକୁ ଆରୋହଣ ଭଳି ସମାଜ କଲ୍ୟାଣକାରୀ ସ୍ୱେଚ୍ଛାସେବୀ ସଂସ୍ଥା ଆଗେଇ ଆସିଛନ୍ତି ।

ଖବର ଓଡ଼ିଶା 21/08/2019
Khabar Odisha:Education-Odisha-Meeting-between-higher-education-and-school-and-mass-Education

ଆଜି ବସିଛି ଶିକ୍ଷା ବିଭାଗର ମିଳିତ ବୈଠକ, ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

ଭୁବନେଶ୍ୱର, ଅଗଷ୍ଟ ୨୨(ଖବର ଓଡ଼ିଶା): ଆଜି ସଚିବାଳୟରେ ଶିକ୍ଷା ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଯୁକ୍ତ ୩ରୁ +୨ ଉଚ୍ଛେଦ, କର୍ମଚାରୀ ବଣ୍ଟନ ଓ ଭିତ୍ତିଭୂମି ପରିଚାଳନା ଉପରେ ଆଲୋଚନା କରାଯାଉଛି ।

ଖବର ଓଡ଼ିଶା 22/08/2019
Khabar Odisha:Education-Odisha-Plus-II-junior-college-functioning-in-the-premises-of-Rama-Devi-Womens-University-to-be-shifted-to-Unit-9-Girls-High-School

ରମାଦେବୀ ବିଶ୍ୱବିଦ୍ୟାଳୟରୁ ଉଠିଯିବ ଯୁକ୍ତ୨

ଭୁବନେଶ୍ୱର, ଅଗଷ୍ଟ ୨୦(ଖବର ଓଡ଼ିଶା): ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରୁ ଜୁନିଅର କଲେଜ ଉଠାଯାଇ ୟୁନିଟ ୯ ଗାର୍ଲସ ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯିବ । ଏନେଇ ରମାବେଦୀ ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ର ସୂଚନା ଦେଇଛନ୍ତି ।

ଖବର ଓଡ଼ିଶା 20/08/2019
Khabar Odisha:Education-state-Odisha-School--Mass-Education-department-decides-to-increase-class-duration-of-English-Mathematics--Science-subjects-from-45-min-to-15-hours-at-schools

ଏଣିକି ଇଂରାଜୀ, ବିଜ୍ଞାନ ଓ ଗଣିତକୁ ଅଧିକ ସମୟ ପଢିବେ ସ୍କୁଲ ପିଲା

ଭୁବନେଶ୍ୱର, ଅଗଷ୍ଟ ୦୩(ଖବର ଓଡ଼ିଶା): ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ବ୍ୟବସ୍ଥା ଆପଣାଯାଉଛି । ଏଣିକି ସ୍କୁଲ ଗୁଡ଼ିକରେ ଇଂରାଜୀ ,ଗଣିତ ଓ ବିଜ୍ଞାନକୁ ଅଧିକ ଗୁରୁତ୍ୱ ଦିଆଯିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ଖବର ଓଡ଼ିଶା 13/08/2019
Khabar Odisha:Eduaction-Odisha--Odisha-Parents-association-Protest-CBSE-10-and-plus-two-exam-fee-hike

ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫି ବୃଦ୍ଧିକୁ ଓଡ଼ିଶା ଅଭିଭାବକ ମହାସଂଘର ବିରୋଧ

ଭୁବନେଶ୍ୱର, ଅଗଷ୍ଟ ୧୨(ଖବର ଓଡ଼ିଶା): ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫି ବୃଦ୍ଧି ପାଇଛି । ଏହାକୁ ବରୋଧ କରିଛି ଓଡ଼ିଶା ଅଭିଭାବକ ମହାସଂଘ ।

ଖବର ଓଡ଼ିଶା 11/08/2019
Khabar Odisha:Education-Odisha-cbse-fixed-news-examination-fee-for-sc-st-and-general-students

ସିବିଏସଇ: ଏବେ ବୋର୍ଡ ପରୀକ୍ଷା ପାଇଁ ଏସସି,ଏସଟି ଛାତ୍ରଙ୍କୁ ଦେବାକୁ ପଡ଼ିବ ୨୪ ଗୁଣ ଅଧିକ ଫି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଅନୁସୂଚିତ ଜାତି(ଏସସି) ଓ ଅନୁସୂଚିତ ଜନଜାତି(ଏସଟି) ବର୍ଗର ଛାତ୍ରଙ୍କ ପାଇଁ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷାର ଫି ୨୪ ଗୁଣ ବୃଦ୍ଧି କରିଛି। ଏବେ ଏହି ବର୍ଗର ଛାତ୍ରଙ୍କୁ...

ଖବର ଓଡ଼ିଶା 11/08/2019
Khabar Odisha:Education-Odisha-2-admission-again-in-1-lakh-34-thousand-seats

ଯୁକ୍ତ 2ରେ ଆଡମିଶନ ପାଇଁ ପୁଣି ଥରେ ବିଜ୍ଞପ୍ତି, ଖାଲି ପଡିଛି 1 ଲକ୍ଷ 34 ହଜାର ସିଟ୍

ଯୁକ୍ତ 2ରେ ବଳକା ସିଟରେ ନାମ ଲେଖା ପାଇଁ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ଯେଉଁ ଛାତ୍ର-ଛାତ୍ରୀ ନାମ ଲେଖାଇ ପାରିନଥିବେ ସେମାନଙ୍କୁ ଆଉ ଏକ ସୁଯୋଗ ମିଳିଛି। ଅଗଷ୍ଟ 13 ରୁ 24 ଯାଏ ଅନଲାଇନରେ...

ଖବର ଓଡ଼ିଶା 09/08/2019
Khabar Odisha:Education-Odisha-Matric-Suplimentary-exam-result-declared

ପ୍ରକାଶ ପାଇଲା ମ୍ୟାଟ୍ରିକ ସପ୍ଲିମେଣ୍ଟରୀ ପରୀକ୍ଷା ଫଳ, ପାସ ହାର ୪୩.୬୨ %

ଭୁବନେଶ୍ୱର, ଅଗଷ୍ଟ ୦୭(ଖବର ଓଡ଼ିଶା): ମାଧ୍ୟମିକି ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମ୍ୟାଟ୍ରିକ ସପ୍ଲିମେଣ୍ଟରୀ ପରୀକ୍ଷାରେ ପାସ ହାର ୪୩.୬୨ ପ୍ରତିଶତ ରହିଛି ।

ଖବର ଓଡ଼ିଶା 07/08/2019
Khabar Odisha:Education-Odisha-Now-pass-fail-system-added-in-5th-and-8th-class

ଏଣିକି ପଞ୍ଚମ ଓ ଅଷ୍ଟମରେ ରହିବ ପାସ ଫେଲ ବ୍ୟବସ୍ଥା

ଭୁବନେଶ୍ୱର, ଅଗଷ୍ଟ ୦୩(ଖବର ଓଡ଼ିଶା):ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ନୂଆ ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ବିଦ୍ୟାଳୟରେ ପଞ୍ଚମ ଓ ଅଷ୍ଟମରେ ପାସ ଫେଲ ବ୍ୟବସ୍ଥା ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗୃହରେ ସୂଚନା ଦେଇଛନ୍ତି ।

ଖବର ଓଡ଼ିଶା 03/08/2019
First Previous
1 2 3 4 5 6 7 8 9 10
Next Last Page 1 of 18