Home > ଶିକ୍ଷା
ନିଜ ନିଜ ଜିଲ୍ଲାରେ ଦଶମ ଓ ଦ୍ବାଦଶ ଶ୍ରେଣୀ ବଳକା ପେପର୍ ପରୀକ୍ଷା ଦେବାକୁ ଅନୁମତି ଦେଲା CBSE : ମାନବ ସମ୍ବଳ ବିକାଶ ମନ୍ତ୍ରୀ
Khabar Odisha:CBSE-given-permission-to-1012-th-students-for-to-appear-exam-in-own-district
ନୂଆଦିଲ୍ଲୀ, ମେ ୨୮ (ଖବର ଓଡ଼ିଶା):

 କରୋନା ଭାଇରସ୍‌ ସଙ୍କଟ ଯୋଗୁଁ ଲକ୍‌ ଡାଉନ୍‌ କାରଣରୁ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। ଏବେ ଲକ୍‌ ଡାଉନ୍‌ କୋହଳ ହେବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE) ଦଶମ ଓ ଦ୍ବାଦଶ ପରୀକ୍ଷା ହେବ। କିନ୍ତୁ କୋଭିଡ୍‌-୧୯ ସଙ୍କଟ ସମୟରେ ପ୍ରବାସୀଙ୍କ ସ୍ଥାନାନ୍ତରକୁ ଦୃଷ୍ଟିରେ ରଖି ଛାତ୍ର ଛାତ୍ରୀଙ୍କୁ ନିଜ ଜିଲ୍ଲାରେ ବୋର୍ଡ ପରୀକ୍ଷାର ବାକି ପେପର ପରୀକ୍ଷା ଦେବାକୁ ଅନୁମତି ଦେଇଛନ୍ତି।

ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ବୁଧବାର ଘୋଷଣା କରିଛନ୍ତି ଯେ, ଛାତ୍ରଛାତ୍ରୀ ନିଜ ଜିଲ୍ଲାରେ ବୋର୍ଡ ପରୀକ୍ଷାର ବାକି ପେପର ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଛି।ଏହି ପଦକ୍ଷେପରେ ଯେଉଁମାନେ ସହର ଛାଡି ନିଜ ଗାଁକୁ ଚାଲି ଯାଇଛନ୍ତି ସେମାନଙ୍କ ପାଇଁ ସୁବିଧା ହେବ।   ସିବିଏସଇ ଛାତ୍ରଙ୍କ ଲାଗି ପରୀକ୍ଷା ଲାଗି ଯଥାସମ୍ଭବ ସମୟୋଜିତ ପଦକ୍ଷେପ ନେବାକୁ ଚେଷ୍ଟା କରିବ।

ସିବିଏସଇ ପୂର୍ବରୁ ଲକ୍‌ଡାଉନ୍‌ କାରଣରୁ ଦଶମ ଓ ଯୁକ୍ତ ୨ର ବୋର୍ଡ ପରୀକ୍ଷାର ବାକି ରହିଥିବା କିଛି ପେପରର ପରୀକ୍ଷା ଲାଗି ତାରିଖ ଘୋଷଣା କରିଛି। ଏହି ସବୁ ବଳକା ପେପର୍ ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ହେବ। 

ବର୍ତ୍ତମାନ ପ୍ରବାସୀଙ୍କ ଜାରି ଗମନାଗମନ ସହିତ ଅନେକ ପ୍ରତିକୂଳ ପରିସ୍ଥିତିରେ ସମସ୍ତ ଛାତ୍ର ନିଜ ନିଜର ସ୍କୁଲକୁ ଆସି ପାରିବେ ନାହିଁ। ତେଣୁ ଏହି କ୍ଷେତ୍ରରେ ଛାତ୍ରମାନେ ନିଜର ଗୃହ ଜିଲ୍ଲାରେ ପରୀକ୍ଷା ଦେବେ।

  • Tags: