Home > ଶିକ୍ଷା
ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫି ବୃଦ୍ଧିକୁ ଓଡ଼ିଶା ଅଭିଭାବକ ମହାସଂଘର ବିରୋଧ
Khabar Odisha:Eduaction-Odisha--Odisha-Parents-association-Protest-CBSE-10-and-plus-two-exam-fee-hike
ଭୁବନେଶ୍ୱର, ଅଗଷ୍ଟ ୧୨(ଖବର ଓଡ଼ିଶା):

ସିବିଏସଇ ଦଶମ ଓ ଦ୍ୱାଦଶ  ଶ୍ରେଣୀ ପରୀକ୍ଷା ଫି ବୃଦ୍ଧି ପାଇଛି । ଏହାକୁ ବରୋଧ କରିଛି ଓଡ଼ିଶା ଅଭିଭାବକ ମହାସଂଘ । ଏହି ଘଟଣାରେ ଓଡ଼ିଶା ଅଭିଭାବକ ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି । 

ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶୁଲ୍କ ବୃଦ୍ଧି ନେଇ ଓଡ଼ିଶା ଅଭିଭାବକ ମହାସଂଘ ଅସନ୍ତୋଷ ପ୍ରକାଶ କରିଛି । ବର୍ତ୍ତମାନ ସୁଦ୍ଧା ଏସ୍‌ସି-ଏସ୍‌ଟି ଛାତ୍ରଛାତ୍ରୀମାନେ ୫୦ ଟଙ୍କା ପରୀକ୍ଷା ‘ଫି’ ଦେଉଥିଲେ । କିନ୍ତୁ ବିଜ୍ଞପ୍ତି ଅନୁସାରେ ନୂତନ ନିୟମ ଆଧାରରେ ସେମାନେ ୧୨୦୦ ଶହ ଟଙ୍କା ଦେବାକୁ ପଡ଼ିବ । ସେହିପରି ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ପରୀକ୍ଷା ଫି ପୂର୍ବରୁ ୧୨୦୦ଟଙ୍କା ଦେଉଥିବା ବେଳେ ବର୍ତ୍ତମାନ ନୂତନ ନିୟମ ଅନୁସାରେ ୧୫ ଶହ ଟଙ୍କା ପୈଠ କରିବାକୁ ପଡ଼ିବ । ମାଇଗ୍ରେସନ୍‌ ଫି ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କା ଦେବାକୁ ପଡ଼ିବ। ଏବଂ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ ବୋଲି ନୂତନ ନିୟମରେ ବିଜ୍ଞପ୍ତି ପ୍ରକାଶ ପାଇଛି । 

ବହୁ ମଧ୍ୟବିତ୍ତ ଶ୍ରେଣୀର ଲୋକ ନିଜ ପିଲାଙ୍କୁ ପଢାଉଥିବା ବେଳେ ବାରମ୍ବାର ଫି ବୃଦ୍ଧି କାରଣରୁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ତେଣୁ ଏହାକୁ ବିରୋଧ କରିଛି ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶୁଲ୍କ ବୃଦ୍ଧି ଘଟଣାରେ ଓଡ଼ିଶା ଅଭିଭାବକ ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି । ଏହାସହ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ଓଡ଼ିଶା ଅଭିଭାବକ ମହାସଂଘ ଅନୁରୋଧ କରିଛି । ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶୁଲ୍କ ବୃଦ୍ଧି   ନିଷ୍ପତିକୁ ପ୍ରତ୍ୟାହାର କରିିବାକୁ ଓଡ଼ିଶା ଅଭିଭାବକ ମହାସଂଘ ଦାବୀ କରିଛି । ଫଳରେ ସେଠାରେ ଏକ ପ୍ରକାର ଅଶାନ୍ତକର ପରିସ୍ଥିତି ସୃଷ୍ଟି ହୋଇଛି ।

  • Tags: