Home > ଶିକ୍ଷା
ଯୁକ୍ତ 2ରେ ଆଡମିଶନ ପାଇଁ ପୁଣି ଥରେ ବିଜ୍ଞପ୍ତି, ଖାଲି ପଡିଛି 1 ଲକ୍ଷ 34 ହଜାର ସିଟ୍
Khabar Odisha:Education-Odisha-2-admission-again-in-1-lakh-34-thousand-seats
ଭୁବନେଶ୍ଵର,ଅଗଷ୍ଟ୦୯(ଖବର ଓଡ଼ିଶା):

 ଯୁକ୍ତ 2ରେ ବଳକା ସିଟରେ ନାମ ଲେଖା ପାଇଁ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ଯେଉଁ ଛାତ୍ର-ଛାତ୍ରୀ ନାମ ଲେଖାଇ ପାରିନଥିବେ ସେମାନଙ୍କୁ ଆଉ ଏକ ସୁଯୋଗ ମିଳିଛି। ଅଗଷ୍ଟ 13 ରୁ 24 ଯାଏ ଅନଲାଇନରେ ଫର୍ମ ପୂରଣ ହେବ। ଏହା ପରେ ଅଗଷ୍ଟ 29ରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ଏବଂ 30 ଓ 31ରେ ନାମ ଲେଖା ଯିବ।   

ଉଲ୍ଲେଖଯୋଗ୍ୟ, ଦୁଇଟି ପର୍ଯ୍ୟାୟ ଏବଂ ସ୍ପଟ୍ ଆଡମିଶନରେ ନାମ ଲେଖା ପରେ ବି ରାଜ୍ୟର ଚଳିତ ବର୍ଷ ଯୁକ୍ତ 2ରେ 1 ଲକ୍ଷ 34 ହଜାର ସିଟ୍ ଖାଲି ପଡ଼ିଛି। ଏବେ ଏହି ସିଟରେ ଆଡମିଶନ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ପୁଣି ଥରେ ନୋଟିସ୍ ପ୍ରକାଶ ପାଇଛି। ଅଗଷ୍ଟ 13 ରୁ 24 ଯାଏ ଛାତ୍ର-ଛାତ୍ରୀ ଅନଲାଇନରେ ଫର୍ମ ପୂରଣ କରି ପାରିବେ। ଏହା ପରେ ଅଗଷ୍ଟ 29ରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ଏବଂ 30 ଓ 31ରେ ନାମ ଲେଖା ଯିବ।