Home > ଶିକ୍ଷା
୨ ଦିନ ବଢିଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମ ଲେଖା
Khabar Odisha:Education-Odisha-2-science-admission-date-increased-for-2-days
ଭୁବନେଶ୍ୱର, ଜୁଲାଇ୦୫(ଖବର ଓଡ଼ିଶା):

ଏବେ ରାଜ୍ୟରେ ଯୁକ୍ତ ୨ ନାମ ଲେଖା ପ୍ରକ୍ରିୟା ଜାରି ରହିଛି। ଏବେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ୨ ଦିନ ବଢିଛି। ଆସନ୍ତା ୮ ଓ ୯ ତାରିଖରେ ମଧ୍ୟ ଛାତ୍ରଛାତ୍ରୀ ନିଜର ନାମ  ଲେଖାଇ ପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଜୁଲାଇ ୩ ରୁ ୬ ପର୍ଯ୍ୟନ୍ତ ଥିଲା। ମାତ୍ର ସର୍ଭର ଜନିତ ତ୍ରୁଟି ପାଇଁ ଛାତ୍ର ଛାତ୍ରୀଙ୍କୁ ଆଉ ଦୁଇ ଦିନ ସମୟ ଦେବାକୁ ଗଣଶିକ୍ଷା ବିଭାଗ ଘୋଷଣା କରିଛି। ଫଳରେ ଛାତ୍ର-ଛାତ୍ର ଏବେ ୮ ଓ ୯ ତାରିଖରେ ନାମ ଲେଖାଇ ପାରିବେ। 

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜୁଲାଇ ୨୮ ରୁ ଜୁଲାଇ ୩ ପର୍ଯ୍ୟନ୍ତ ନାମ ଲେଖା ପାଇଁ ତାରିଖ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟ ତାରିଖରେ ପରିବର୍ତ୍ତନ କରାଯାଇ ଜୁଲାଇ ୩ ରୁ ୬ ତାରିଖ କରାଯାଇଥିଲା।