Home > ଶିକ୍ଷା
ରାଜ୍ୟରେ ଖାଲି ପଡ଼ିଛି ୩୦୪ ମେଡିକାଲ ସିଟ୍
Khabar Odisha:Education-Odisha-304-medical-seats-vacant-in-odisha
ଭୁବନେଶ୍ଵର,ଜୁଲାଇ୨୭(ଖବର ଓଡ଼ିଶା):

ସର୍ବଭାରତୀୟ ସ୍ତରରେ ମେଡିକାଲରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ପରେ ରାଜ୍ୟରେ ଖାଲି ପଡିଛି ୩୦୪ ସିଟ୍। ଏବେ ଆଡମିଶନ ଲାଗି ବଳକା ସିଟ୍ ତାଲିକା ପ୍ରକାଶ ପାଇଛି। ସର୍ବଭାରତୀୟ କୋଟାରୁ ରାଜ୍ୟ ସିଟକୁ ୪୫ଟି ସିଟ୍ ମିଳିଛି। 

ପ୍ରଥମ ପର୍ଯ୍ୟାୟ ନାମ ଲେଖା ପରେ ରାଜ୍ୟ କୋଟାରେ ୨୪୫ଟି ସିଟ୍ ଖାଲି ପଡିଛି। ସର୍ବଭାରତୀୟ କୋଟାରୁ ରାଜ୍ୟ ସିଟକୁ ୪୫ଟି ସିଟ୍ ମିଳିଛି। ପ୍ରଥମ ପର୍ଯ୍ୟାୟ ପରେ ଏବେ ରାଜ୍ୟ କୋଟାରେ ୩୦୪ଟି ସିଟ୍  ରହିଛି। ଜୁଲାଇ ୩୦ରୁ ଅଗଷ୍ଟ ୧ ଯାଏଁ ଦ୍ଵିତୀୟ ପର୍ଯ୍ୟାୟ ନାମ ଲେଖା ହେବ। ଏହା ପରେ ସିଟ୍ ବଳକା ରହିଲେ ଅଗଷ୍ଟ ୨ ଓ ୩ରେ ସ୍ପଟ୍ ଆଡମିଶନ ହେବ ବୋଲି ଓଜେଇଇ ସେଲ୍ ପକ୍ଷରୁ ସୂଚନା ଦିଆଯାଇଛି।