Home > ଶିକ୍ଷା
ବାଲେଶ୍ୱର: ଓଟିଇଟି ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ପଦଯାତ୍ରା
Khabar Odisha:Education-Odisha-Integrated-BEd--MEd-students-of-Fakir-Mohan-University-take-out-padayatra-from-the-varsity-to-Lok-Seva-Bhavan-to-meet-Odisha-CM
ଭୁବନେଶ୍ୱର, ନଭେମ୍ବର ୦୫(ଖବର ଓଡ଼ିଶା):

 ବାଲେଶ୍ୱରରେ ଛାତ୍ରଛାତ୍ରୀଙ୍କ ପଦଯାତ୍ରା ।  ଫକୀରମୋହନ ୟୁନିଭର୍ସିଟି ଓ ଉତ୍ତର ଓଡ଼ିଶା ୟୁନିଭର୍ସିଟି ବିଏଡ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଟିଚରର୍ସ ଏଲିଜିବିଲିଟି ଟେଷ୍ଟ ବା ପ୍ରବେଶିକା ପରୀକ୍ଷାରୁ ବଂଚିତ କରାଯାଇଛି । ଏହାକୁ ପ୍ରତିବାଦ କରି ଆଜି ରାଜରାସ୍ଥାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ସେମାନେ ଏକ ପଦଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇବେ ବୋଲି ।

ଆଜି ବାଲେଶ୍ୱର ଫକୀରମୋହନ ୟୁନିଭର୍ସିଟି ଓ ଉତ୍ତର ଓଡ଼ିଶା ୟୁନିଭର୍ସିଟିର ଶତାଧିକ ଇଣ୍ଟିଗ୍ରେଟେଡ଼ ବିଇଡି ଓ ଏମଇଡି ଛାତ୍ରଛାତ୍ରୀ ପଦଯାତ୍ରାରେ ବାହାରିଛନ୍ତି । ୟୁନିଭର୍ସିଟରୁ ବିଏଡ ପାଠ୍ୟକ୍ରମ ସାରିଥିବା ବେଳେ ସେମାନଙ୍କୁ ଓଟିଇଟି ପରୀକ୍ଷା ଦେବାକୁ ଅନୁମତି ଦିଆଯାଉ ନଥିବାରୁ ଛାତ୍ରଛାତ୍ରୀ ଉତ୍ତେଜିତ ହୋଇଛନ୍ତି । ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ୟୁନିଭର୍ସିଟି କ୍ୟାମ୍ପସ ନିକଟ ରେମୁଣା ଗୋଲେଇ ଛକରୁ ପଦଯାତ୍ରାରେ ବାହାରିି ଭୁବନେଶ୍ୱର ଯାଏଁ ଆସିବେ । ଏହାପରେ ଭୁବନେଶ୍ୱର ଲୋକସେବା ଭବନରେ ଅସନ୍ତଷ ଥିବା ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇବେ । ଏହି ସମାନ ଦାବୀରେ ଉତ୍ତର ଓଡ଼ିଶା ୟୁନିଭର୍ସିଟି ଛାତ୍ରଛାତ୍ରୀମାନେ ମଧ୍ୟ ପଦଯାତ୍ରାରେ ବାହାରିଛନ୍ତି । 

  • Tags: