Home > ଶିକ୍ଷା
ପ୍ରକାଶ ପାଇଲା ମ୍ୟାଟ୍ରିକ ସପ୍ଲିମେଣ୍ଟରୀ ପରୀକ୍ଷା ଫଳ, ପାସ ହାର ୪୩.୬୨ %
Khabar Odisha:Education-Odisha-Matric-Suplimentary-exam-result-declared
ଭୁବନେଶ୍ୱର, ଅଗଷ୍ଟ ୦୭(ଖବର ଓଡ଼ିଶା):

ମାଧ୍ୟମିକି ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମ୍ୟାଟ୍ରିକ ସପ୍ଲିମେଣ୍ଟରୀ ପରୀକ୍ଷାରେ ପାସ ହାର ୪୩.୬୨ ପ୍ରତିଶତ ରହିଛି ।

ଆଜି ଚଳିତ ମାଧ୍ୟମିକି ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ମ୍ୟାଟ୍ରିକ ସପ୍ଲିମେଣ୍ଟରୀ ରେଜଲ୍ଟ ପ୍ରକାଶ ପାଇଛି ।  ମ୍ୟାଟ୍ରିକ ସପ୍ଲିମେଣ୍ଟରୀ ପରୀକ୍ଷାରେ ପାସ ହାର ୪୩.୬୨ ପ୍ରତିଶତ ରହିଛି । ଏହା ସହ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ ମୁକ୍ତ ବିଦ୍ୟାଳୟର ପାସ ହାର ୬୩.୪୪ ପ୍ରତିଶତ ରହିଛି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଉତ୍ସାହ ଦେଖାଦେଇଛି । ଛାତ୍ରଛାତ୍ରୀ ନିଜ ପରୀକ୍ଷା ଫଳ ବୋର୍ଡ଼ ୱେବସାଇଟ www.bseodisha.ac.in ଏବଂ www.bseodisha.nic.in ରେ ଦେଖିପାରିବେ । 

ଚଳିତ ବର୍ଷ ଜୁଲାଇ ୨୧ରୁ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟର ମଧ୍ୟ ପରୀକ୍ଷାର ଖାତାଦେଖା ଆରମ୍ଭ ହୋଇଥିଲା । ଜୁଲାଇ ୨୧ରୁ ଆରମ୍ଭ ହୋଇ ଖାତାଦେଖା ପ୍ରକ୍ରିୟା ଜୁଲାଇ ୨୩ରେ ଶେଷ କରାଯାଇଥିଲା । ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା ପାଇଁ ୧୨ଟି କେନ୍ଦ୍ର ରହିଥିବା ବେଳେ ମୁକ୍ତ ବିଦ୍ୟାଳୟ ପାଇଁ ୮ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିଲା । ଚଳିତଥର ମ୍ୟାଟ୍ରିକ ସପ୍ଲିମେଣ୍ଟାରୀରେ ୨୬,୨୦୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୧,୪୪୫ଜଣ କୃତକାର୍ଯ୍ୟ ହୋଇଛନ୍ତି  । ସେହିପରି ମୁକ୍ତ ମୁକ୍ତ ବିଦ୍ୟାଳୟ ସପ୍ଲିମେଣ୍ଟାରୀରେ ୮,୫୬୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫,୪୦୩ଜଣ କୃତକାର୍ଯ୍ୟ ହୋଇଛନ୍ତି ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୦୮ରୁ ଆରମ୍ଭ ହୋଇ ୧୪ରେ ସରିଥିବା ବେଳେ ମୁକ୍ତ ବିଦ୍ୟାଳୟର ୧୬ରେ ସରିଥିଲା ।

  • Tags: