ଭୁବନେଶ୍ୱର, ଜୁନ୧୩(ଖବର ଓଡ଼ିଶା):
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୦୮ରୁ ଆରମ୍ଭ ହେବ । ପରିଷଦ ସଂପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି ।
ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ମୋଟରେ ପାସ ମାର୍କ ରଖି କୈାଣସି ବିଷୟରେ ଉତୀର୍ଣ୍ଣ ନ ହେବା କାରଣରୁ ଯେଉଁମାନେ ପୁନଃ ପରୀକ୍ଷା ଦେବେ ସେମାନଙ୍କ ପାଇଁ ତାରିଖ ଘୋଷଣା ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୦୮ରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସଂପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ, ଚଳିତ ବର୍ଷ ମେ ୨୧ରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ପରୀକ୍ଷା ଦେଇଥିବା ମୋଟ୍ ୨ ଲକ୍ଷ ୫ ଜହାର ୪୭୦ ଜଣ ଛାତ୍ରୀ ଦଶମ ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିଲେ ।